କେନ୍ଦୁଝର, ଆଜି ମଙ୍ଗଳବାର ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ବଳା ଦିଦି ସଂଘ କେନ୍ଦୁଝର ଜିଲ୍ଲା ଶାଖା ତରଫରୁ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଧାରଣା ଦେଥିଲେ ।
ଭାରତବର୍ଷରେ ଭାରତ ସରକାରଙ୍କ ଦ୍ବାରା ପ୍ରତିଟି ଗରିବ ଲୋକଙ୍କ ଘରେ ଉଜ୍ଜ୍ବଳା ଗ୍ୟାସ ଯୋଗାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏମାନେ । ଓଡ଼ିଶାରେ ମଧ୍ୟ ଏହି କାର୍ଯ୍ୟକୁ ସାକାର
କରିବାପାଇଁ ଉଜ୍ୱଳା ଦିଦିମାନଙ୍କୁ କାର୍ଯ୍ୟ ଭାର ଦାୟିତ୍ବ ଦିଆଯାଇଥିଲ। ଓଡ଼ିଶାରେ କାର୍ଯ୍ୟରତ ଉଜ୍ଜ୍ବଳା ଦିଦିମାନଙ୍କର କିଛି ଦାବି ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡ଼ିଶା
ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘ କେନ୍ଦୁଝର ଜିଲ୍ଲା ତରଫରୁ ମାନ୍ୟବର କେନ୍ଦୁଝର ଜିଲ୍ଲାପାଳଙ୍କ ଜରିଆରେ ମହାମହିମ
ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିଗୁଡ଼ିକ ମଧ୍ୟରେ ଉଜ୍ଜ୍ଵଳା ଦିଦିମାନଙ୍କୁ କାର୍ଯ୍ୟ ଦେବା ସମୟରେ ଯେଉଁସବୁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା କାର୍ଯ୍ୟକାରୀ କରାଯିବା,ସମସ୍ତ ଉଜ୍ଜ୍ବଳା ଦିଦିମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବା, ଉଜ୍ଜ୍ଵଳା ଦିଦିମାନଙ୍କୁ କର୍ମ ନିଯୁକ୍ତି ଯୋଜନାରେ
ତାଙ୍କୁ କାମ ଯୋଗାଇ ଦେବା ସହ ପାରିଶ୍ରମିକ ଯୋଗାଇ ଦିଆଯିବା ଅର୍ନ୍ତଭୁକ୍ତ ଅଟେ । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା
ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘର ରାଜ୍ୟ ସଂଯୋଜିକା ବୀଣାପାଣି ବେହେରା, ଭାରତୀୟ ମଜଦୁର ସଂଘର ବରିଷ୍ଠ କର୍ମକର୍ତ୍ତା
ବସନ୍ତ କୁମାର ସାହୁ, ଭାରତୀୟ ମଜଦୁର ସଂଘ ରାଜ୍ୟ ସମ୍ପାଦକ ଡାକ୍ତର ମହାନ୍ତ, କେନ୍ଦୁଝର ଜିଲ୍ଲା ସମ୍ପାଦକ
ବାବୁଲାଲ ମହାନ୍ତ, ସଭାପତି ନିହାର ରଞ୍ଜନ ମିଶ୍ର, ଚନ୍ଦନ ବୋଇପାୟୀ, ଅର୍ଜୁନ ବେହେରା, ଦିପୀକା ମହାରଣା,
ବିଶ୍ବରଞ୍ଜନ ବେହେରା, ମହିଳା ପ୍ରମୁଖ ଗାୟତ୍ରୀ ଜେନା,
ଉଜ୍ଜ୍ବଳା ଦିଦିମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ୍ର
ହିମାଙ୍ଗିନୀ ମହାନ୍ତ, ସସ୍ମିତା ବଳ, ପ୍ରେମଲତା ନାୟକ, ସୁମିତ୍ରା ପ୍ରଧାନ, ମମତା ପ୍ରଧାନ, ମଞ୍ଜୁଲତା ମହାନ୍ତ, ସବିତା
ମହାନ୍ତ, ମୀନା ସାହୁ, ବିଷ୍ଣୁପ୍ରୀୟା ନାୟକ, ଶ୍ରୀମତୀ ପଲେଇ ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ ।
August 8, 2023
0 Comment
435 Views
କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗର୍ଜିଲେ ଉଜ୍ଜ୍ବଳା ଦିଦି ସଂଘ
କେନ୍ଦୁଝର, ଆଜି ମଙ୍ଗଳବାର ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ବଳା ଦିଦି ସଂଘ କେନ୍ଦୁଝର ଜିଲ୍ଲା ଶାଖା ତରଫରୁ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଧାରଣା ଦେଥିଲେ ।ଭାରତବର୍ଷରେ ଭାରତ ସରକାରଙ୍କ ଦ୍ବାରା ପ୍ରତିଟି ଗରିବ ଲୋକଙ୍କ ଘରେ ଉଜ୍ଜ୍ବଳା ଗ୍ୟାସ ଯୋଗାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏମାନେ । ଓଡ଼ିଶାରେ ମଧ୍ୟ ଏହି କାର୍ଯ୍ୟକୁ ସାକାରକରିବାପାଇଁ ଉଜ୍ୱଳା ଦିଦିମାନଙ୍କୁ କାର୍ଯ୍ୟ ଭାର ଦାୟିତ୍ବ ଦିଆଯାଇଥିଲ।... Read More