ବଡ଼ବିଲ : କେନ୍ଦୁଝର ଜିଲା ବିଲେଇପଦା, କାଳିଆବେଡ଼ା ନିକଟରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ । ଘଟଣାସ୍ଥଳରେ ରେଳବାଇର ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ମାଲଗାଡ଼ି ଲାଇନ୍ ଚ୍ୟୁତ ହେଲା ସେନେଇ ରେଳବାଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
ସୂଚନା ଯେ, ଏକ ମାଲବାହୀନ ଟ୍ରେନ୍ ବାଂଶପାଣି ରେଳ ସାଇଡ଼ିଂରୁ ଆଇରନ୍ ଓର୍ ବୋଝେଇ କରି ଯାଉଥିଲା । ଏହି ସମୟରେ ବିଲେଇପଦା କାଳିଆବେଡ଼ା ସାଇଡିଂ ନିକଟରେ ଟ୍ରେନ୍ଟି ଟ୍ରାକରୁ ଲାଇନଚ୍ୟୁତ ହୋଇଥିଲା । ଯାହାଫଳରେ ରେଳ ଟ୍ରାକ କ୍ଷତିଗ୍ରସ୍ତ ହେବା ସହିତ ଇଞ୍ଜିନର ମଧ୍ୟ କ୍ଷତି ହୋଇଛି । ସେପଟେ ଲାଇନଚ୍ୟୁତ ହେବା ପରେ ୱାଗନ ଗୁଡ଼ିକ ଇଞ୍ଜିନରୁ ଅଲଗା କରି ଦିଆଯାଇଥିଲା । ଏବେ ଲାଇନଚ୍ୟୁତ ଅବସ୍ଥାରେ ଇଞ୍ଜିନ ପଡ଼ି ରହିଥିଲା ବେଳେ ଇଞ୍ଜିନକୁ ପୁନଃ ଟ୍ରାକକୁ ଆଣିବା ପାଇଁ ରେଳବାଇ ପକ୍ଷରୁ ଉଦ୍ୟମ କରାଯାଉଛି ।