ମୁମ୍ବାଇ : ଆଜି ଭାରତ-ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବ ୨ୟ ଟି-୨୦ । ପ୍ରଥମ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି । ଫଳରେ ଆୟର୍ଲାଣ୍ଡ୍ ବିପକ୍ଷ ଦ୍ବିତୀୟ ଟି-୨୦ ସହିତ ଭାରତ ଶୃଙ୍ଖଳା ବିଜୟ ଉପରେ ନଜର ରଖିଛି ।
ତେବେ ଶୁକ୍ରବାର ରାତିରେ ବର୍ଷା ବାଧାପ୍ରାପ୍ତ ପ୍ରଥମ ମ୍ୟାଚ୍ କୁ ମାତ୍ର ୨ ରନ୍ ରେ ଜିତି ଯଶପ୍ରୀତ ବୁମରାଙ୍କ ଦଳ ୧-୦ରେ ଆଗୁଆ ରହିଛି। ୧୧ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍ କୁ ଆସିଥିବା ବୁମରା ପ୍ରଥମ ଓଭରରେ ୨ ୱିକେଟ୍ ନେଇ ଚମତ୍କାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରିଥିବାରୁ ଦଳର ମନୋବଳ ମଧ୍ୟ ଉଚ୍ଚରେ ରହିଛି। ଭାରତୀୟ ବ୍ୟାଟର୍ ମାନେ କିନ୍ତୁ ଆଜି ମ୍ୟାଚ୍ ରେ ପାଗର ପ୍ରତିବଂଧକ ନଆସୁ ବୋଲି ଆଶା କରିବେ। କାରଣ ଯୁବ ଖେଳାଳିମାନେ ସେମାନଙ୍କ ଅନ୍ତର୍ଜାତୀୟ ଜୀବନ ଆରମ୍ଭ କରିଥିବାରୁ ପର୍ଯ୍ୟାପ୍ତ ସୁଯୋଗ ପାଇବା ଆଶା ରଖିଛନ୍ତି।
ଭାରତୀୟ ଦଳ: ଯଶପ୍ରୀତ ବୁମରା (ଅଧିନାୟକ), ଋତୁରାଜ ଗାଏକ୍ବାଡ (ଉପଅଧିନାୟକ), ଯଶସ୍ବୀ ଜୟସ୍ବାଲ, ତିଳକ ବର୍ମା, ରିଙ୍କୁ ସିଂହ, ସଂଜୁ ସାମସନ୍ (ୱିକେଟରକ୍ଷକ), ଜିତେଶ ଶର୍ମା (ୱିକେଟରକ୍ଷକ), ଶିବମ ଦୁବେ, ୱାସିଂଟନ୍ ସୁନ୍ଦର, ସାହାବାଜ ଅହମ୍ମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କୃଷ୍ଣ, ଅର୍ଶଦୀପ ସିଂହ, ମୁକେଶ କୁମାର, ଆୱେସ ଖାନ୍।
ଆୟର୍ଲାଣ୍ଡ୍ ଦଳ: ଆଣ୍ଡ୍ରିଉ ବାଲବର୍ଣ୍ଣି (ଅଧିନାୟକ), ହାରି ଟେକ୍ଟର, ଲୋର୍କାନ୍ ଟକ୍କର, ରସ୍ ଆଡାୟର୍, ମାର୍କ ଆଡାୟର୍, କର୍ଟିସ କାମ୍ପର୍, ଗାରେଥ୍ ଡେଲାନି, ଜର୍ଜ ଡକ୍ରେଲ୍, ଫିଓନ୍ ହାଣ୍ଡ, ଜୋସ୍ ଲିଟଲ୍, ବ୍ୟାରି ମ୍ୟାକର୍ଥି, ବେନ୍ ହ୍ବାଇଟ୍, କ୍ରେଗ୍ ୟଙ୍ଗ, ଥିଓ ଭାନ୍ ୱରକମ୍।