ନୂଆଦିଲ୍ଲୀ : ତାମିଲନାଡୁରୁ ଏକ ଟ୍ରେନ୍ ଦୁର୍ଘଟଣା ସାମ୍ନାକୁ ଆସିଛି। ଏଠାରେ ମଦୁର ଷ୍ଟେସନର ପ୍ଲାଟ୍ଫର୍ମରେ ଛିଡା ହୋଇଥିବା ଟ୍ରେନର ଗୋଟିଏ କୋଚରେ ନିଆଁ ଲାଗିଯାଇଥିଲା । ତେବେ କୋଚରେ ଲାଗିଥିବା ନିଆଁ ଅତି ଭୟଙ୍କର ବୋଲି କୁହାଯାଉଛି। ସୂଚନାନୁସାରେ, ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମର ସବୁ କର୍ମଚାରୀ ସେଠାରେ ଉପସ୍ଥିତ ଅଛନ୍ତି। ଏହାକୁ ତାଙ୍କ କର୍ମଚାରୀଙ୍କ ଦ୍ୱାରା ଆୟତ୍ତ କରାଯାଉଛି ।
କୁହାଯାଉଛି ଯେ ଏହି ଟ୍ରେନ୍ ଲକ୍ଷ୍ନୌରୁ ରମେଶ୍ୱରମ୍ ଯାଉଥିଲା। ଏହି ଅଧିକାରୀଙ୍କ କହିବାନୁସାରେ, ମଦୁରାଇ ଥାର୍ଡ ଜଙ୍କସନରେ ଟ୍ରେନଟି ଅଟକି ରହିଥିବା ବେଳେ ପ୍ରାୟ ୫.୧୫ ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଏହି ଅଗ୍ନିକାଣ୍ଡ କିପରି ଲାଗିଲା ଏହାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।
ନିଆଁର ଲାଗିଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖାଯାଏ ଯେ କୋଚରେ ପ୍ରବଳ ନିଆଁ ଲାଗିଛି ଏବଂ କିଛି ଲୋକ ମଧ୍ୟ ପାଟିତୁଣ୍ଡ କରୁଛନ୍ତି। ଏହି ସମୟରେ ସଂଲଗ୍ନ ରେଳ ଟ୍ରାକ୍ ଦେଇ ଏକ ଟ୍ରେନ୍ ମଧ୍ୟ ଯାଉଛି । ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ ବିଭାଗ ବହୁ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରିଥିଲା। ଏହି ସମୟରେ ଟ୍ରେନର କୋଚ୍ ପୁରା ଜଳୁଥିବାର ଦେଖାଯାଏ।