ଭୁବନେଶ୍ୱର : ଆଜିଠୁ ରାଜ୍ୟର ପଞ୍ଚମ ବିମାନ ବନ୍ଦର ଭାବେ କଳାହାଣ୍ଡି ଉତକେଲାକୁ ଉଡ଼ିବ ବିମାନ। କେନ୍ଦ୍ର ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟାତିରାଦିତ୍ୟ ସିନ୍ଧିଆ ଭିଡିଓ କନଫରେନ୍ସ ଯୋଗେ ଶୁଭାରମ୍ଭ କରିବେ । ଭୁବନେଶ୍ବର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଗ ଅପ୍ କରିବେ ।
ଆଜି ସକାଳ ସାଢେ ୧୦ଟାରେ ଶୁଭଉଦଘାଟନ କାର୍ଯ୍ୟକ୍ରମ ରହିଛି । ୧୦ଟା ୩୫ରେ ଉତକେଲାକୁ ପ୍ରଥମ ବିମାନ ଉଡାଣ ଭରିବ । ଏଥିସହିତ ଉତକେଲା ନୃତନ ଭାବେ ନିର୍ମାଣ ହୋଇଥିବା ଏୟାରପୋର୍ଟର ଉଦଘାଟନ ହେବ । ଇଣ୍ଡିଆ ୱାନ ଏୟାରଲାଇନ୍ସ ଉତକେଲାକୁ ୯ ସିଟ ବିଶିଷ୍ଟ ବିମାନ ଚଳାଇବ। ତେବେ ପ୍ରାରମ୍ଭିକ ଭାବେ ଟିକେଟର ଦାମ ୯୯୯ ଟଙ୍କା ରହିଛି। ପ୍ରତିଦିନ ଏହା ସକାଳ ୭ଟା ୧୫ରେ ଭୁବନେଶ୍ୱର ଛାଡ଼ିବ ଓ ୮ ଟା ୨୫ ରେ ଉତ୍କେଲାରେ ପହଞ୍ଚିବ। ଉତ୍କେଲାରୁ ସକାଳ ୮ଟା ୫୦ରେ ବାହାରି ୧୦ଟାରେ ଭୁବନେଶ୍ୱର ପହଞ୍ଚିବ । ଅଗଷ୍ଟ ୭ରେ ଉତ୍ କେଲା ବିମାନ ବନ୍ଦରକୁ ଡିଜିସିଏ ।