ମେଷ: କୌଣସି କାମରେ ଆପଣ ତରତର ହୁଅନ୍ତୁ ନାହିଁ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବ। ନିଜ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବେ।
ବୃଷ: ଆପଣଙ୍କ ଉଦାର ଭାବ ଲୋକମାନଙ୍କୁ ବହୁତ ପ୍ରଭାବିତ କରିବ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। କୌଣସି କାମରେ ସାଙ୍ଗମାନଙ୍କ ସମର୍ଥନ ମିଳିବ।
ମିଥୁନ: ଆପଣ ଆଜି ଅଟକିଥିବା କାମକୁ ପୂରା କରିବାରେ ସଫଳ ହେବେ। ବିବାହିତମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ। ମା’, ବାପାଙ୍କ ସହଯୋଗ ମିଳିବ।
କର୍କଟ: ମନରେ ଆତ୍ମବିଶ୍ୱାସ ଭରପୂର ରହିବ। ଜୀବନସାଥୀଙ୍କଠାରୁ ଖୁସି ଖବର ମିଳିବା ଦ୍ୱାରା ପୂରା ଦିନ ମନ ଖୁସି ରହିବ। ସନ୍ତାନ ପକ୍ଷରୁ ସୁଖ ପ୍ରାପ୍ତ ହେବ।
ସିଂହ: ଆର୍ଥିକ ସ୍ଥିତି ଦୃଢ଼ ହେବ। ପାରିବାରିକ ସମ୍ପର୍କରେ ନିବିଡ଼ତା ଆସିବ। ମହିଳାମାନଙ୍କୁ ସଫଳତା ମିଳିବ। ଛାତ୍ରମାନେ ପରୀକ୍ଷାରେ ଭଲ ମାର୍କ ପାଇବେ।
କନ୍ୟା: ଆଜି ଆପଣ ନିଜ ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବେ। ବିଦ୍ୟାର୍ଥୀମାନଙ୍କୁ କ୍ୟାରିୟରରେ ସଫଳତା ମିଳିବ। ଚାକିରିଆମାନଙ୍କ ପାଇଁ ଦିନଟି ଭଲ।
ତୁଳା: କୌଣସି ଘରୋଇ କାର୍ଯ୍ୟରେ ବ୍ୟସ୍ତ ରହିବେ। ଘର ଲୋକଙ୍କ ସହ ଭଲ ତାଳମେଳ ରଖିବାରେ ସଫଳ ହେବେ। ଚାକିରି କରୁଥିବା ଲୋକଙ୍କର ପଦୋନ୍ନତି ହେବାର ଯୋଗ ରହିଛି।
ବିଛା: ନିବେଶ ମାମଲାରେ ଆପଣଙ୍କୁ ସାବଧାନ ଅବଲମ୍ବନ କରିବାକୁ ପଡ଼ିବ। କାର୍ଯ୍ୟରେ ସଫଳତା ମିଳିବ। ଏହି ରାଶିର ଛାତ୍ରମାନଙ୍କ ପାଇଁ ଆଜିର ଦିନଟି ଭଲ।
ଧନୁ: ଆଧ୍ୟାତ୍ମିକତା ଆଡ଼କୁ ମନ ଢଳିବ। ନୂଆ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ପାଇଁ ଆଜିର ଦିନଟି ଅନୁକୂଳ। କୌଣସି କାମରେ ଜୀବନସାଥୀଙ୍କ ପରାମର୍ଶ ଲାଭଦାୟକ ହେବ।
ମକର: ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଅଟକିଥିବା କାମ ଘରଲୋକଙ୍କ ସହାୟତାରେ ପୂରା ହେବ। ଭାଗ୍ୟର ସମର୍ଥନ ହେତୁ ନିଜର କାର୍ଯ୍ୟ ଠିକ୍ ସମୟରେ ସମାପ୍ତ ହେବ।
କୁମ୍ଭ: ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ଭରିଯିବ। କ୍ୟାରିୟରରେ ନୂଆ ସୁଯୋଗ ମିଳିବ। ପଇସା ମାମଲାରେ ଭାବିଚିନ୍ତି ନିଷ୍ପତ୍ତି ନେବା ଆବଶ୍ୟକ। ଲଭ୍ମେଟ୍ସଙ୍କ ପାଇଁ ଦିନଟି ଭଲ।
ମୀନ: ସାମାଜିକ କାର୍ଯ୍ୟରେ ଭାଗ ନେବେ। ଆଜି ପୂରା ଦିନ ଶକ୍ତିବାନ ଅନୁଭବ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବ୍ୟବସାୟକୁ ବଢ଼ାଇବା ପାଇଁ କିଛି ନୂଆ ଯୋଜନା କରିବେ।