ଭୁବନେଶ୍ୱର : ଆସନ୍ତା ୧୦ରେ ସାରା ରାଜ୍ୟରେ ବସ୍ ଧର୍ମଘଟ। ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ବୈଠକରେ ନିଷ୍ପତ୍ତି। ସାରା ରାଜ୍ୟ ଲାଗି ଆରମ୍ଭ ହେବାକୁ ଥିବା ସରକାରଙ୍କ ନୁଆ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରିଥିଲେ ବସ୍ ଆସୋସିଏସନ୍।
ବସ୍ ମାଲିକ ସଂଘର ଅଭିଯୋଗ ଅନୁସାରେ- ଗାଁରୁ ଗାଁ କିମ୍ବା ଗାଁରୁ ବ୍ଲକ୍କୁ ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିଲେ କୌଣସି ଅସୁବିଧା ନାହିଁ। କିନ୍ତୁ ବ୍ଲକ୍ରୁ ଜିଲ୍ଲାକୁ ଓ ସହରକୁ ଗଡ଼ିଲେ ଘରୋଇ ବସ୍ ମାଲିକ କ୍ଷତି ସହିବେ ବୋଲି ସଂଘ କହିଛି। ନିର୍ଦ୍ଦିଷ୍ଟ ଗାଇଡ୍ଲାଇନ୍ ଆଣିବା ପାଇଁ ସେମାନେ ଦାବି କରିଛନ୍ତି।