ମେଷ: ଆଜିର ଦିନ ଆପଣଙ୍କ ପାଇଁ ସକାରାତ୍ମକ ପରିଣାମ ନେଇ ଆସିବ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଭାଇ ଓ ଭଉଣୀଙ୍କ ସହ କଥା ହେବେ। ବଡ଼ମାନଙ୍କର ଭରପୂର ସହଯୋଗ ମିଳିବ।
ବୃଷ: ଆଜି ସୁଖ, ସମୃଦ୍ଧି ବଢ଼ିବ। ଧନକୁ ଭବିଷ୍ୟତ ପାଇଁ ସୁରକ୍ଷିତ ରଖିବାକୁ ପୂରା ଚେଷ୍ଟା କରିବେ। ପରିବାରରେ ଶୁଭ, ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ। ଘରକୁ ଅତିଥି ଆସିବେ।
ମିଥୁନ: ଆଜିର ଦିନ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ନିଜ ବାଣୀ ଏବଂ ବ୍ୟବହାରରେ ମଧୁରତା ବଜାୟ ରଖନ୍ତୁ। ବାହାରର କୌଣସି ବାଦ ବିବାଦରେ ପଡ଼ନ୍ତୁ ନାହିଁ।
କର୍କଟ: ଆଜି ଲେଣଦେଣ ମାମଲାରେ ସାବଧାନ ରହିବାକୁ ପଡ଼ିବ। ଆଜି କାହାଠାରୁ ଉଧାର ନିଅନ୍ତୁ ନାହିଁ। ଆପଣ କିଛି ପୁରୁଣା ଯୋଜନାରୁ ଭଲ ଲାଭ ଉଠାଇବେ। ଆୟ ବୃଦ୍ଧି ପାଇବ।
ସିଂହ: ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ। ପରିବାରର ସହଯୋଗରେ ଆଗକୁ ବଢ଼ିବେ। ତରବରିଆ ଭାବେ କୌଣସି ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ।
କନ୍ୟା: ଭାଗ୍ୟ ଦୃଷ୍ଟିକୋଣରୁ ଦିନଟି ଭଲ ରହିବ। ଆପଣଙ୍କୁ ବରିଷ୍ଠ ସଦସ୍ୟଙ୍କ ପରାମର୍ଶକ୍ରମେ ଚାଲିବାକୁ ହେବ। ମନରେ ନକାରାତ୍ମକ ଚିନ୍ତାଧାରା ବିଲକୁଲ ଆଣନ୍ତୁ ନାହିଁ।
ତୁଳା: ଆପଣ ବହୁତ ବୁଝି ବିଚାରି ଆଗକୁ ବଢ଼ିବେ। ଶାରୀରିକ କଷ୍ଟ ଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ତରବରିଆ ଭାବେ କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ।
ବିଛା: ଆଜି ଆପଣଙ୍କ ମାନ ସମ୍ମାନ ବଢ଼ିବ। ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହ ଆପଣଙ୍କର ଭେଟ ହେବ। ବୁଲିବା ସମୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରାପ୍ତ ହେବ। ଆପଣଙ୍କୁ ଜନ ସମର୍ଥନ ମିଳିବ।
ଧନୁ: ଆଜି ଆପଣ ନିଜ ପରିଶ୍ରମ ବଳରେ ଆଗକୁ ବଢ଼ିବେ। ବ୍ୟବସାୟ ମାମଲାରେ ଦିନଟି ଭଲ ରହିବ। ଦାମ୍ପତ୍ୟ ଜୀବନରେ ଚାଲିଥିବା ସମସ୍ୟାକୁ ନେଇ ବଡ଼ମାନଙ୍କ ସହ କଥା ହେବେ।
ମକର: ନିଜର ଆୟ ଏବଂ ବ୍ୟୟ ପାଇଁ ବଜେଟ୍ ପ୍ରସ୍ତୁତ କରି ଚାଲନ୍ତୁ। ମାନସିକ ବୋଝରୁ ଆପଣଙ୍କୁ ଛୁଟ୍କାରା ମିଳିବ। କୌଣସି କାମ ପୂରା କରିବା ପାଇଁ ଭାଇର ସହଯୋଗ ଲୋଡ଼ିପାରନ୍ତି।
କୁମ୍ଭ: ବ୍ୟବସାୟ ପାଇଁ କିଛି ଯୋଜନା ପ୍ରସ୍ତୁତ କରିବେ। ବିଭିନ୍ନ କ୍ଷେତ୍ରରେ ବଢ଼ିଆ ପ୍ରଦର୍ଶନ କରିବେ। ସନ୍ତାନର କ୍ୟାରିୟରକୁ ନେଇ କୌଣସି ବଡ଼ ନିର୍ଣ୍ଣୟ ନେଇପାରନ୍ତି। ଅଜଣା ଲୋକଙ୍କୁ ମନ କଥା କୁହନ୍ତୁ ନାହିଁ।
ମୀନ: ଆଜି ଆପଣ ଉତ୍ସାହପୂର୍ବକ କାମ କରିବେ। ଘରୋଇ ମାମଲାରେ ଆପଣଙ୍କୁ ସାବଧାନ ରହିବାକୁ ହେବ। ଚାକିରି କ୍ଷେତ୍ରରେ ଆପଣଙ୍କ ଉପରେ ଦାୟିତ୍ୱ ବଢ଼ିପାରେ।