ମେଷ: ଘରକୁ କୌଣସି ନୂଆ ସଦସ୍ୟଙ୍କର ଆଗମନ ହୋଇପାରେ। ଚାକିରିଆଙ୍କର ପ୍ରମୋସନ ହୋଇପାରେ। ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ଦିନଟି ଭଲ ରହିଛି। ସାଙ୍ଗଙ୍କ ସହ ଭେଟ ହୋଇପାରେ।
ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭମୟ। ଆପଣଙ୍କ ଉପରେ କାମର ବୋଝ ଅଧିକ ରହିବ। ସମସ୍ତଙ୍କ ସହିତ ମିଶିକି ଚାଲିବାକୁ ଚେଷ୍ଟା କରିବେ। ନିର୍ଣ୍ଣୟ ନେବାର କ୍ଷମତା ବଢ଼ିବ। ମା’, ବାପା ଆପଣଙ୍କ ଉପରେ ଖୁସି ହେବେ।
ମିଥୁନ: କିଛି ନୂଆ ସମ୍ପର୍କ ସହ ଆପଣ ଆଗକୁ ବଢ଼ିବେ। ଭାଇଚାରାର ଭାବନା ଆପଣଙ୍କ ମନରେ ରହିବ। ଆଜି ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି। କୌଣସି ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚାରେ ସାମିଲ ହୋଇପାରନ୍ତି।
କର୍କଟ: ଘନିଷ୍ଠ ଲୋକଙ୍କଠାରୁ ସାବଧାନ ରହିବାର ଆବଶ୍ୟକ ଅଛି। ବଡ଼ମାନଙ୍କ ପ୍ରତି ଆଦର ଏବଂ ସମ୍ମାନ ବଜାୟ ରଖନ୍ତୁ। କୌଣସି କାମ ଆଜି ତରବରିଆ ଭାବେ କରନ୍ତୁ ନାହିଁ।
ସିଂହ: କୌଣସି ପୁରୁଣା ମିତ୍ରଙ୍କୁ ଦୀର୍ଘ ଦିନ ପରେ ଭେଟିବେ। ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଭଲ ରହିବ। କାର୍ଯ୍ୟ କ୍ଷମତା ବଢ଼ିବ। ସେବା କ୍ଷେତ୍ରରେ ଆପଣଙ୍କର ପୂରା ରୁଚି ରହିବ।
କନ୍ୟା: କୌଣସି ବିପଦପୂର୍ଣ୍ଣ କାମ ଆଜି କରନ୍ତୁ ନାହିଁ। ଚାକିରି ଖୋଜୁଥିବା ଲୋକଙ୍କୁ ଖୁସି ଖବର ମିଳିପାରେ। ଆଜି ଆପଣଙ୍କ ଦିନଟି ଗୁରୁତ୍ୱପୂର୍ଣ୍ଣ ରହିବ। ନିଜର କିଛି ଦାୟିତ୍ୱ ଅନ୍ୟ ଉପରେ ପକାନ୍ତୁ ନାହିଁ।
ତୁଳା: ଲେଣଦେଣ ସମ୍ବନ୍ଧିତ ମାମଲାରେ ଆଜି ଆପଣଙ୍କ ଦିନ ଭଲ ରହିବ। ଆଜି ଦାୟିତ୍ୱର ସହ କାମ କରିବେ। କାମ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଆଜି ଆପଣଙ୍କ ପଦ, ପ୍ରତିଷ୍ଠା ବଢ଼ିବ।
ବିଛା: ବଡ଼ମାନଙ୍କର ସହଯୋଗ ଓ ସମର୍ଥନ ମିଳିବ। ଶାଶୁଘର ଲୋକଙ୍କଠାରୁ ବିନା କାରଣରେ କିଛି ଗାଳି ଶୁଣିବାକୁ ପଡ଼ିପାରେ। ଆଜି ଧାର୍ମିକ କାର୍ଯ୍ୟ ଉପରେ ପୂରା ଫୋକସ୍ ରହିବ।
ଧନୁ: ବରିଷ୍ଠ ସଦସ୍ୟମାନଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ନିଜର ବହୁମୁଖି ପ୍ରତିଭା ଦ୍ୱାରା ଆଜି ଆପଣ ଆଗକୁ ବଢ଼ିବେ। ସେବା କାର୍ଯ୍ୟ କରିବେ। ଆପଣଙ୍କ ବାଣୀରେ ମଧୁରତା ଦେଖି ବନ୍ଧୁଙ୍କ ସଂଖ୍ୟା ବଢ଼ିବ।
ମକର: ବିଦେଶ ଯାତ୍ରା କରିବାକୁ ମଉକା ମିଳିବ। ବ୍ୟବସାୟିକ ମାମଲାରେ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ। ଆପଣ ଆସ୍ଥା ଓ ବିଶ୍ୱାସର ସହିତ ଆଗକୁ ବଢ଼ିବେ।
କୁମ୍ଭ: ଆଜି ଆପଣ ନିଜ ବାଣୀର ମଧୁରତାକୁ ବଜାୟ ରଖିବେ ଏବଂ ସମସ୍ତଙ୍କ ସହିତ ମିଳିମିଶି ଚାଲିବାକୁ ଚେଷ୍ଟା କରିବେ। ଆଜି ଆପଣଙ୍କ ପଦ, ପ୍ରତିଷ୍ଠା ବଢ଼ିବ। ଆର୍ଥିକ ମାମଲାରେ ସାବଧାନ ରହିବାକୁ ହେବ।
ମୀନ: ଆପଣଙ୍କର କୌଣସି ଭୁଲ୍ ପରିବାର ସଦସ୍ୟଙ୍କ ସାମ୍ନାକୁ ଆସିପାରେ। ଆପଣଙ୍କ ମାନ ସମ୍ମାନ ବଢ଼ିବ। ଯଦି ଆପଣଙ୍କର କୌଣସି ପ୍ରିୟ ବସ୍ତୁ ହଜିଯାଇଛି, ତାହାକୁ ଆପଣ ଖୋଜି ପାଇପାରିବେ।