ନୂଆଦିଲ୍ଲୀ: ପୁଣିଥରେ ଘୃଣା ସୃଷ୍ଟିକାରୀ ଭାଷଣ ଉପରେ କାର୍ଯ୍ୟାନୁଷ୍ଠାନ କଥା ଦୋହରାଇଛନ୍ତି ସୁପ୍ରିମକୋର୍ଟ। ଏସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ସମସ୍ତ ପ୍ରକାର ଘୃଣା ଭାଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଘୃଣା ସୃଷ୍ଟିକାରୀ ଭାଷଣ ବିରୋଧରେ ଲୋକ ଓ କିଛି ସମୁହ ଦ୍ୱାରା ଦାୟର କରାଯାଇଥିବା ମାମଲାର ଶୁଣାଣି କରି ଏପରି ରାୟ ଶୁଣାଣିଛନ୍ତି ସୁପ୍ରିମ କୋର୍ଟ।
ଘୃଣା ସୃଷ୍ଟିକାରୀ ଭାଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ଏକ ନିୟମ ବ୍ୟବସ୍ଥା ସ୍ଥାପନ କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ଫେବ୍ରୁଆରୀରେ ଏହିସବୁ ମାମଲାର ଶୁଣାଣି କରିବାକୁ କୋର୍ଟ ସହମତି ପ୍ରକାଶ କରିଛନ୍ତି।
ଆଜି ଏ ସମ୍ପର୍କିତ ମାମଲାର ଶୁଣାଣି କରି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱାଧିନା ଖଣ୍ଡପୀଠ କହିଛନ୍ତି, “ଆମେ ସାରା ଦେଶରେ ଘୃଣାସୃଷ୍ଟିକାରୀ ଭାଷଣ ସମସ୍ୟାଗୁଡ଼ିକର ତଦାରଖ କରିପାରିବୁ ନାହିଁ। ଭାରତ ପରି ଏକ ବଡ ଦେଶରେ ନିଶ୍ଚିତ ଭାବରେ ସମସ୍ୟା ହେବ, କିନ୍ତୁ ଏହାର ମୁକାବିଲା ପାଇଁ ଆମର କୌଣସି ପ୍ରଶାସନିକ ବ୍ୟବସ୍ଥା ଅଛି କି ବୋଲି ପ୍ରଶ୍ନ ପଚରାଯିବା ଉଚିତ୍।
ଜଷ୍ଟିସ୍ ଏସ୍.ଭି.ଏନ୍ ଭଟ୍ଟୀଙ୍କୁ ମଧ୍ୟ ଶୁଣାଣି ବେଞ୍ଚରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ମାମଲାର ଶୁଣାଣି ଆସନ୍ତା ବର୍ଷ ଫେବୃଆରୀ ମାସକୁ ଘୁଞ୍ଚାଇ ଦେଇ ଖଣ୍ଡପୀଠ କହିଛନ୍ତି ଯେ ସମାଜ ଜାଣିବା ଉଚିତ ଯେ ଯଦି କୌଣସି ଆଇନ ଉଲ୍ଲଂଘନ କରାଯାଏ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶବ୍ୟାପୀ ଆମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବୁ ନାହିଁ, ନଚେତ୍ ପ୍ରତିଦିନ କୋର୍ଟରେ ଆବେଦନ ଆସିବ।
୨୦୧୮ରେ ତେହସିନ୍ ପୁନାୱାଲା ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଘୃଣା ସୃଷ୍ଟିକାରୀ ଭାଷଣର ଅପରାଧକୁ ରୋକିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବଂ ଅପରାଧ ପଞ୍ଜିକୃତ କରାଇବା ପାଇଁ ଏକ ନୋଡାଲ୍ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଏଥିସହିତ ମଝିରେ ମଝିରେ ମଧ୍ୟ କୋର୍ଟ ଅନେକ ମାମାଲାର ଶୁଣାଣି କରି ଘୃଣା ଭାଷଣ ଉପରେ ଅସନ୍ତୋଷ ବ୍ୟକ୍ତ କରିବାକୁ କୁହାଯାଏ। ଏଥିସହିତ ଘୃଣା ସୃଷ୍ଟିକାରୀ ଭାଷଣ ବିରୋଧରେ ନିଜ ଆଡ଼ୁ ମାମଲା ରୁଜୁ କରିବାକୁ ପୁଲିସ ଅଧିକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।