ଭୁବନେଶ୍ୱର : ସରକାରୀ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ କର୍ମଚାରୀଙ୍କ ପାଇଁ ଏସମା ଲାଗୁ କରାଯିବା ଖବର ସାମ୍ନାକୁ ଆସିଛି । ଆଗାମୀ ୬ ମାସ ପାଇଁ ଏସମା ଲାଗୁ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା କେବଳ ସରକାରୀ ସ୍ୱାସ୍ଥ୍ୟସେବା ସହ ଜଡିତ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟସେବା ସହିତ ଜଡିତ କୌଣସି ସରକାରୀ କର୍ମଚାରୀ ଆନ୍ଦୋଳନ କିମ୍ବା ଧର୍ମଘଟ କରିପାରିବେ ନାହିଁ ।
ସୂଚନା ଅନୁଯାୟୀ, ନର୍ସ, ପାରାମେଡିକ୍ସ, ଟେକ୍ନିସିଆନଙ୍କ ପାଇଁ ଏସମା ଲାଗିଛି । ଏହା ବ୍ୟତୀତ ୩ୟ ଏବଂ ୪ର୍ଥ କର୍ମଚାରୀ ସହ ଚୁକ୍ତିଭିତ୍ତିକ ପାଇଁ ମଧ୍ୟ ଲାଗୁ କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।