ନୂଆଦିଲ୍ଲୀ: ଦୁନିଆର ୧୦୦ ଶ୍ରେଷ୍ଠ ବ୍ୟଞ୍ଜନ ତାଲିକାର ୧୧ ତମ ସ୍ଥାନରେ ଭାରତର ବ୍ୟଞ୍ଜନ। କ୍ରୋଏସିଆ ଆଧାରିତ ଖାଦ୍ୟ ରେଟିଂ ଏଜେନ୍ସୀ ଟେଷ୍ଟଆଟାଲାସ୍ ଏହାର ଟେଷ୍ଟଆଟଲାସ୍ ଆଓ୍ବାର୍ଡ୍ସ ୨୦୨୩-୨୪ ତାଲିକା ଜାରି କରିଛି। ଡିସେମ୍ବର ୧୨ରେ ରିଲିଜ ହୋଇଥିବା ଏହି ତାଲିକାରେ ୧୧ ତମ ସ୍ଥାନରେ ରହିଛି ଭାରତ।
ତେବେ ଇଟାଲୀର ବ୍ୟଞ୍ଜନ ତାଲିକାରେ ସବୁଠୁ ଟପ୍ ରହିଛି। ତା’ପଛକୁ ଜାପାନ ଏବଂ ଗ୍ରୀସ୍ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ପର୍ତ୍ତୁଗାଲ ଚତୁର୍ଥ, ଚୀନ ପଞ୍ଚମ, ଇଣ୍ଡୋନେସିଆ ଷଷ୍ଠ, ମେକ୍ସିକୋ ସପ୍ତମ, ଫ୍ରାନ୍ସ ଅଷ୍ଟ, ସ୍ପେନ ନବମ ଏବଂ ପେରୁ ୧୦ମ ସ୍ଥାନରେ ରହିଛନ୍ତି।
ସେହିଭଳି ଟେଷ୍ଟ ଆଟାଲସ ୧୦୦ ଶ୍ରେଷ୍ଠ ସୁସ୍ବାଦୁ ଖାଦ୍ୟ ମଧ୍ୟରେ ସପ୍ତମ ସ୍ଥାନରେ ଭାରତର ବଟର ନାନ୍ ଗାର୍ଲିକ୍ ରହିଛି। ବ୍ରାଜିଲ୍ର ପିକାନା, ମାଲେସିଆର ରୋଟି କେନାଇ ଏବଂ ଥାଇଲାଣ୍ଡର ଫାତ୍ କ୍ରାଫରାଓ ଯଥାକ୍ରମରେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ଭାରତର ମୁର୍ଗ ମଖାନୀ (୪୩) ଏବଂ ଚିକେନ୍ ଟିକ୍କା (୪୭) ତମ ସ୍ଥାନରେ ଅଛନ୍ତି। ଏହା ପୂର୍ବରୁ ଟେଷ୍ଟଆଟଲାସ୍ ଦୁନିଆର ୧୫୦ ଶ୍ରେଷ୍ଠ ରେଷ୍ଟୁରାଣ୍ଟର ତାଲିକା ମଧ୍ୟ ଜାରି କରିଥିଲା। ଯେଉଁଥିରେ ଭାରତର ସାତଟି ଶ୍ରେଷ୍ଠ ରେଷ୍ଟୁରାଣ୍ଟ ରହିଥିଲା।