କୁଚିଣ୍ଡା : ଜିଲ୍ଲା ଗଠନ ଦାବିରେ ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ରହିଛି । ‘କୁଚିଣ୍ଡା ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି l ଜରୁରୀକାଳୀନ ସେବାକୁ ବାଦ ଦେଇ ସବୁ ଦୋକାନ ବଜାର ସରକାରୀ, ବେସରକାରୀ ଅନୁଷ୍ଠାନ ତଥା ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି l
ଗୁରୁବାର ଦିନ ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ କୁଚିଣ୍ଡା ବନ୍ଦ ରହିଥିଵା ବେଳେ ଏହି ବନ୍ଦକୁ ବିଭିନ୍ନ ସଂଗଠନ, ରାଜନୈତକ ଦଳ, ଓକିଲ, ସାମ୍ବାଦିକ, ବ୍ୟବସାୟୀ ସଂଘ , ମୋଟର ଚାଳକ ସଂଘ ସମର୍ଥନ କରିଛନ୍ତି l କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ଗଠନ ପାଇଁ ବହୁ ଦିନରୁ ଦାବି ହୋଇଆସୁଛି l