ଭୁବନେଶ୍ୱର : ବିଶାଖାପାଟଣା-ରାୟଗଡ଼ା-ବିଶାଖାପାଟଣା ପାସେଞ୍ଜର୍ ସ୍ପେଶାଲ ଟ୍ରେନ୍କୁ ଭବାନୀପାଟଣା ଯାଉ ସମ୍ପ୍ରସାରିତ କରାଯାଇଛି। ଏହି ଟ୍ରେନ ଆସନ୍ତା ୨୭ ତାରିଖରୁ ବିଶାଖାପାଟଣାରୁ ଏବଂ ଭବାନୀପାଟଣାରୁ ୨୮ ତାରିଠରୁ ଚଳାଚଳ କରିବ। ଉଭୟ ପାର୍ଶ୍ବରୁ ବିଶାଖାପାଟଣା ଏବଂ ରାୟଗଡ଼ା ମଧ୍ୟରେ ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ସମୟ ସାରଣୀ ଏବଂ ରହଣି ଷ୍ଟେସନ ଅପରିବର୍ତ୍ତିତ ରହିବ। ସମ୍ପ୍ରସାରଣ ମାର୍ଗରେ ଏହି ଟ୍ରେନ୍ ରାୟଗଡ଼ା ଓ ଭବାନୀପାଟଣା ମଧ୍ୟରେ ସିଙ୍ଗାପୁର ରୋଡ୍, ଥେରୁବାଲି, ବିଷମକଟକ, ମୁନିଗୁଡ଼ା, ଦୋଇକାଲୁ, ଅମ୍ୱାଦୋଳା, ଲାଞ୍ଜିଗଡ଼ ରୋଡ୍, ଜି.ରାମଚନ୍ଦ୍ରପୁର ପାସେଞ୍ଜର୍ ହଲ୍ଟ ଏବଂ ଦେପୁର ଷ୍ଟେସନରେ ରହଣି କରିବ।
ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ସ୍ପେଶାଲ୍ ରାୟଗଡ଼ାଠାରେ ଏହାର ନିର୍ଦ୍ଧାରିତ ସମୟ ରାତି ୧୦ଟାରେ ପହଞ୍ଚିବ। ସେଠାରୁ ରାତି ୧୦ଟା ୫ରେ ବାହାରି ରାତି ୧୨ଟା ୪୫ରେ ଭବାନୀପାଟଣାରେ ପହଞ୍ଚିବ। ଫେରିବା ମାର୍ଗରେ, ଭବାନୀପାଟଣା-ବିଶାଖାପାଟଣା ପାସେଞ୍ଜର୍ ସ୍ପେଶାଲ ଭବାନୀପାଟଣାରୁ ରାତି ୧ଟା୧୫ରେ ଛାଡ଼ି ଭୋର୍ ୫ଟା ୩୫ରେ ରାୟଗଡ଼ାରେ ପହଞ୍ଚିବ।