ଅନୁଗୁଳ : ଅନୁଗୁଳ ସାତକୋଶିଆରେ ଆଜିଠାରୁ ଆରମ୍ଭ ହୋଇଛି କୁମ୍ଭୀର ଗଣନା । ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମହାନଦୀ ତା ଆଖପାଖ ପୋଖରୀରେ କୁମ୍ଭୀର ଗଣନା ଚାଲିଛି । ୩ ଦିନ ଧରି ଚାଲିବ ଏହି କୁମ୍ଭୀର ଗଣନା । ୧୪ଟି ସେକ୍ଟରରେ ନୟୋଜିତ ଅଛନ୍ତି ୫୬ଜଣ କର୍ମଚାରୀ ।
ସେହିପରି ଆସନ୍ତା ୧୦ ତାରିଖରୁ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସାତକୋଶିଆ ଡିଏଫଓ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତବର୍ଷ ଗଣନାରେ ସାତକୋଶିଆ ମଧ୍ୟଦେଇ ଯାଇଥିବା ମହାନଦୀରେ ୭ଟି ଘଡ଼ିଆଳ ଏବଂ ୮୨ଟି ମଗର ଥିଲେ ।
ସୂଚନା ଥାଉକି ଭିତରକନିକା ଜାତୀୟ ଉଦ୍ୟାନରେ ଶୁକ୍ରବାର ଅର୍ଥାତ୍ ଜାନୁୟାରୀ ୫ରୁ ଆରମ୍ଭ ହୋଇଛି କୁମ୍ଭୀର ଗଣନା । ଫଳରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହୋଇଛି ଜାତୀୟ ଉଦ୍ୟାନ ।