କେନ୍ଦୁଝର, କେନ୍ଦୁଝର ସହରର ଆଟୋପୁର ର ଜନାର୍ଦନପୁର ସାସନ ନିବାସୀ ଭୁଲେନ୍ଦର ଚୌଧରୀ ଓ ମା ଶିବଦାୟ ଦେବି ଙ୍କ ପୁଅ ଶିବ ଜୀ ଚୌଧରୀ ଆକ୍ଟିଂ, ଡେନସିଂ ଓ ସିଂଗିଙ୍ଗ ମାଧ୍ୟମରେ ଇନଷ୍ଟା, ଇଉଟିୟୁବ, ସ୍ପଟିଫାଏ, ଜିଓ ସାୱନ, ଆପ୍ପଲ ମିଉଜିକ ଓ ଅମାଜନ ମିଉଜିକ ପରି ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ ଲକ୍ଷ ଲକ୍ଷ ପ୍ରଶଂସକ ସାଉଁଟି ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି। ମିଉଜିକ କୁ ନିଜର ଦକ୍ଷତା ବଳରେ ରିମିକ୍ସ କରି ଇନଷ୍ଟାଗ୍ରାମ ରେ ଟ୍ରେଣ୍ଡିଂ ୧ରେ ପହଞ୍ଚିବା ସହିତ ଶିବ ଜୀ ଚୌଧରୀଙ୍କ ରିମିକ୍ସ କୁ ବ୍ୟବହାର କରି ତାଙ୍କ ଫୋଲୋର୍ସ ମାନେ ମିଲିଅନ ମିଲିଅନ ଭିୟୁର୍ସ ପାଇପାରୁଛନ୍ତି ଯାହାକି ତାଙ୍କ ପାଇଁ ଏକ ଗର୍ବର ବିଷୟ। ଇଉଟିୟୁବ ରେ ମଧ୍ୟ ତାଙ୍କର ନିଜସ୍ୱ ଚେନାଲ ଆଇସ୍ଥାଟିକ ପେନ ରେ ଏକଲକ୍ଷ ସତସ୍ତରୀ ହଜାର ଶବସକ୍ରାୟିବର ଓ ଶିବ ଜୀ ଚୌଧରୀ ନାମରେ ଥିବା ଚେନାଲ ରେ ବୟାସିହାଜାର ତିନିଶହ ଚଉଷଠି ଶବସକ୍ରାୟିବର ରହିଛନ୍ତି। ସ୍ପଟିଫାଏ, ଜିଓ ସାୱନ,ଯାକସ୍ତା,ବୁମପ୍ଲେ ଓ ଆଂଘାମୀ ରେ ଭଲ ପ୍ରଦର୍ଶନ କରି ବ୍ଲୁ ଟିକ ପାଇପାରିଛନ୍ତି। ଭୋଜପୁରୀ ଭାଷାରେ ତାଙ୍କର ଗାଇଥିବା ଏକ ଗୀତ ଏକକୋଟି ସତୁରୀଲକ୍ଷ ଶ୍ରତା ଶୁଣିଥିଲେ। ଫୋକ୍ସ ଇଣ୍ଟରଭିୟୁର୍ସ ନାମକ ଏକ ପ୍ରତିଷ୍ଠିତ ଇଂରାଜୀ ଗଣମାଧ୍ୟମ ରେ ତାଙ୍କ ସଫଳତାର ଏକ ନିୟୁଜ ଆର୍ଟିକିଲ ପ୍ରକାସିତ ହୋଇଛି। ୧୯ବର୍ଷ ବୟସରେ ସାମାଜିକ ଗଣମାଧ୍ୟମ ରେ ନିଜର ଦକ୍ଷତା ବଳରେ ଲକ୍ଷାଧିକ ଟଙ୍କା ରୋଜଗାର କରି ବାପା ମା ତଥା ପରିବାର କୁ ସହଯୋଗ କରିପାରୁଛନ୍ତି ଶିବ ଜୀ ଚୌଧରୀ। ଶିବ ଜୀ ଚୌଧରୀ ଭବିଷ୍ୟତ ରେ ଭାରତର ଜଣେ ପ୍ରତିଷ୍ଠିତ କଳାକାର ହୋଇ କେନ୍ଦୁଝର କୁ ଗର୍ବିତ କରିବାକୁ ତାଙ୍କର ସ୍ବପ୍ନ ରହିଥିବା ସେ କହିଛନ୍ତି।
January 9, 2024
0 Comment
169 Views
ସାମାଜିକ ଗଣମାଧ୍ୟମ ରେ ଧୁମମଚେଇଛନ୍ତି କେନ୍ଦୁଝର ପୁଅ ଶିବ ଜୀ ଚୌଧରୀ,୧୯ବର୍ଷ ବୟସରେ ପାଇଲେଣି ଲକ୍ଷାଧିକ ଟଙ୍କା
କେନ୍ଦୁଝର, କେନ୍ଦୁଝର ସହରର ଆଟୋପୁର ର ଜନାର୍ଦନପୁର ସାସନ ନିବାସୀ ଭୁଲେନ୍ଦର ଚୌଧରୀ ଓ ମା ଶିବଦାୟ ଦେବି ଙ୍କ ପୁଅ ଶିବ ଜୀ ଚୌଧରୀ ଆକ୍ଟିଂ, ଡେନସିଂ ଓ ସିଂଗିଙ୍ଗ ମାଧ୍ୟମରେ ଇନଷ୍ଟା, ଇଉଟିୟୁବ, ସ୍ପଟିଫାଏ, ଜିଓ ସାୱନ, ଆପ୍ପଲ ମିଉଜିକ ଓ ଅମାଜନ ମିଉଜିକ ପରି ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ ଲକ୍ଷ ଲକ୍ଷ ପ୍ରଶଂସକ ସାଉଁଟି ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି। ମିଉଜିକ କୁ ନିଜର ଦକ୍ଷତା ବଳରେ ରିମିକ୍ସ କରି ଇନଷ୍ଟାଗ୍ରାମ... Read More