କେନ୍ଦୁଝର,୨୯ା୮ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଝାଡବେଲଦା ସନ୍ତୋଷୀ ମା’ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଝିଅ ଟିଏ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ସାହୁ ଉଦଘାଟନ କରି ଝିଅଟି ସହିତ କାହିଁକି ଗଛ ସହିତ ସଂପୃକ୍ତ କରାଯାଇଛି ତାହାର ପୃଷ୍ଟଭୂମି ଏବଂ ଗଛର ବହୁବିଧ ଉପ କାରିତା ସମ୍ବଦ୍ଧରେ ଅବଗତ କରି ପ୍ରତ୍ୟେକ ବାଳିକା ଗୋଟିଏ ଲେଖାଏଁ ଫଳଗଛ ରୋପଣ କରିବାକୁ ଆହ୍ବାନ କରିଥିଲେ। ଆୟୋଜିତ ସଭାରେ ଅଧ୍ୟାପିକା ସ୍ମୃତି ବାନାର୍ଜି ପରିଚାଳନା କରିବା ସହ ଝିଅ ପ୍ରକୃତିର ଅନବଦ୍ୟ ସୃଷ୍ଟି ବୋଲି ଆଲୋକପାତ କରିଥିଲେ। ଅଧ୍ୟାପିକା ଶ୍ରୀ ଅମିୟ ସାମନ୍ତରା,ପ୍ରକାଶ କୁମାର ଆଚାର୍ଯ୍ୟ,ତୁଲସୀ ଚରଣ ମହାନ୍ତ,ଅଶୋକ କୁମାର ସାହୁ,ସଂଗ୍ରାମ କେଶରୀ ବେହେରା,ଗିରିଶ ଚନ୍ଦ୍ର ରାଉତ,ମନିଷ କୁମାର ନନ୍ଦ,ଶ୍ରୀ ସତ୍ୟାନନ୍ଦ ମହାକୁଡ ପ୍ରମୁଖ ନିଜର ବକ୍ତବ୍ୟ ରଖି ପରିବେଶ ସନ୍ତୁଳନରେ ବୃକ୍ଷର ଭୂମିକା ସଂମ୍ପର୍କରେ ମତ ପ୍ରଦାନ କରିଥିଲେ। ଶେଷରେ ବାଳିକା ମାନଙ୍କ ଦ୍ବାରା ଆମ୍ବ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିସହ ଛାତ୍ରଛାତ୍ରୀ ମାନେ ନିଜ ନିଜ ବାଡିବଗିଚାରେ ଗୋଟିଏ ଲେଖାଏଁ ଫଳଗଛ ଲଗାଇବାକୁ ଶପଥ ନେଇଥିଲେ।ଏହି କାର୍ଯ୍ୟକ୍ରମରେ ଉଦଭିଦ ବିଜ୍ଞାନ ର ଅଧ୍ୟାପିକା ନାଏକ ସାମିଲ ହୋଇଥିଲେ।
August 29, 2023
0 Comment
159 Views
ସନ୍ତୋଷୀ ମା’ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଝିଅ ଟିଏ ଗଛଟିଏ’ କାର୍ଯ୍ୟକ୍ରମ
କେନ୍ଦୁଝର,୨୯ା୮ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଝାଡବେଲଦା ସନ୍ତୋଷୀ ମା’ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଝିଅ ଟିଏ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ସାହୁ ଉଦଘାଟନ କରି ଝିଅଟି ସହିତ କାହିଁକି ଗଛ ସହିତ ସଂପୃକ୍ତ କରାଯାଇଛି ତାହାର ପୃଷ୍ଟଭୂମି ଏବଂ ଗଛର ବହୁବିଧ ଉପ କାରିତା ସମ୍ବଦ୍ଧରେ ଅବଗତ କରି ପ୍ରତ୍ୟେକ ବାଳିକା ଗୋଟିଏ ଲେଖାଏଁ ଫଳଗଛ ରୋପଣ କରିବାକୁ ଆହ୍ବାନ କରିଥିଲେ। ଆୟୋଜିତ ସଭାରେ... Read More