ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସ୍କୁ ବଡ ଝଟକା । ବରିଷ୍ଠ କଂଗ୍ରେସ ନେତା ମିଲିନ୍ଦ ଦେବଡା କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି । କୁହାଯାଉଛି କି ସେ ସିନ୍ଦେ ଦଳର ଶିବସେନାରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି।
ସୋସିଆଲ ମିଡିଆ ଏକ୍ସ ପ୍ଲାଟଫର୍ମରେ ସୂଚନା ଦେଇ ଲେଖାଯାଇଛି ; ଆଜି ମୋର ରାଜନୈତିକ ଯାତ୍ରାର ଏକ ଗୁରୁତ୍ଵପୂର୍ଣ୍ଣ ଅଧ୍ୟାୟ ସମାପ୍ତ ହୋଇଛି । ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି। ପାର୍ଟି ସହିତ ମୋ ପରିବାରର ୫୫ ବର୍ଷର ସମ୍ପର୍କ ସମାପ୍ତ ହୋଇଛି । ବର୍ଷ ବର୍ଷ ଧରି ସେମାନଙ୍କର ନିରନ୍ତର ସମର୍ଥନ ପାଇଁ ମୁଁ ସମସ୍ତ ନେତା, ସହକର୍ମୀ ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ କୃତଜ୍ଞ ।