ଭୁବନେଶ୍ୱର : ବଢିବ ରାତି ତାପମାତ୍ରା। ସପ୍ତାହକ ପରେ ଜଳିବ ଓଡ଼ିଶା। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଚଳିତ ବର୍ଷ ରାଜ୍ୟର ପ୍ରାୟ ସମସ୍ତ ସହରରେ ୪୪ ଡିଗ୍ରୀ ପାର କରିବ ତାପମାତ୍ରା। ଭୁବନେଶ୍ବରରେ ଅସହ୍ୟ ହେବ ତାତି । ରାତି ପାରଦ ଉପରମୁହାଁ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି ।
ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ଉତ୍ତର ଆଭ୍ୟନ୍ତୀରଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୨୪ଘଣ୍ଟା ପରେ ବର୍ଷା କମିବ ଏବଂ ୨ ଦିନ ପାଗ ଶୁଖିଲା ରହିବ। ପରେ ପୁଣି ୧୫ ଓ ୧୬ ତାରିଖରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।