ନୂଆଦିଲ୍ଲୀ : ରାଜକୋଟ ଟେଷ୍ଟ ଜିତିଲା ଭାରତ । ଭାରତ ବୋଲିଂ ଏବଂ ବ୍ୟାଟିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ । ଭାରତ ଜିତିବା ପାଇଁ ଇଂଲଣ୍ଡକୁ ୫୫୭ ରନ୍ର ଟାର୍ଗେଟ ଦେଇଥିଲା । ଫଳରେ ଇଂଲଣ୍ଡ ୧୨୨ ରନରେ ଅଲଆଉଟ୍ ହୋଇଛି । ତୃତୀୟ ଟେଷ୍ଟ ମ୍ୟାଚ ଜିତିବା ସହିତ ୫ଟି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି ।
ଭାରତ ଦେଇଥିବା ୫୫୬ ରନର ଟାର୍ଗେଟକୁ ପିଛା କରି ଇଂଲଣ୍ଡ ଟିମ୍ ୧୨୨ ରନରେ ଅଲଆଉଟ ହୋଇଥିଲା । ଦ୍ୱିତୀୟ ଇନିଂସରେ ରବିନ୍ଦ୍ର ଜାଡେଜା ୫, କୁଲଦୀପ ଯାଦବ ୨ ଏବଂ ଅଶ୍ୱିନ ଏବଂ ବୁମରା ୧-୧ ଓ୍ଵିକେଟ ନେଇଛନ୍ତି । ଭାରତ ପ୍ରଥମ ଇନିଂସରେ ୪୪୫ ଏବଂ ଦ୍ୱିତୀୟ ଇନିଂସରେ ୪୩୦ ରନ୍ କରିଥିବା ବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୧୯ ରନ ଏବଂ ୧୨୨ ରନ୍ କରିଥିଲା ।