ଭୁବନେଶ୍ୱର – ଏକ ଲାଞ୍ଚ ମାମଲାରେ ଅଭିଯୁକ୍ତ ହୋଇଥିବା କେନ୍ଦୁଝର ଜିଲ୍ଲା ସଦର ତହସିଲ ରାଇସୁଆଁ ସର୍କଲର ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ବାଞ୍ଛାନିଧି ଶତପଥୀଙ୍କୁ ୪ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଓ ୨ ହଜାର ଟଙ୍କା ଲେଖାଏଁ ଜୋରିମାନା ଲଗାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଜୋରିମାନା ଅନାଦେୟ ୨ ମାସ ଅତିରିକ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଦୋଷୀ ସାବ୍ୟସ୍ତ ହେଲା ପରେ ବାଞ୍ଛାନିଧିଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଏହି ମାମଲାରେ ତାଙ୍କୁ ଆଉ ତିନି ବର୍ଷ ଜେଲ୍ ଓ ୨ ହଜାର ଟଙ୍କା ଜୋରିମାନା ଆଦେଶ ହୋଇଛି। ଦୋଷୀ ସାବ୍ୟସ୍ତ ହୋଇଥିବାରୁ ବାଞ୍ଛାନିଧିଙ୍କ ପେନସନ ବନ୍ଦ କରିବାକୁ ଭିଜିଲାନ୍ସ ଆବେଦନ କରିବ ।
March 23, 2024
0 Comment
96 Views
ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକଙ୍କୁ ଜେଲ୍ ଦଣ୍ଡାଦେଶ
by Editor
ଭୁବନେଶ୍ୱର – ଏକ ଲାଞ୍ଚ ମାମଲାରେ ଅଭିଯୁକ୍ତ ହୋଇଥିବା କେନ୍ଦୁଝର ଜିଲ୍ଲା ସଦର ତହସିଲ ରାଇସୁଆଁ ସର୍କଲର ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ବାଞ୍ଛାନିଧି ଶତପଥୀଙ୍କୁ ୪ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଓ ୨ ହଜାର ଟଙ୍କା ଲେଖାଏଁ ଜୋରିମାନା ଲଗାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଜୋରିମାନା ଅନାଦେୟ ୨ ମାସ ଅତିରିକ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଦୋଷୀ ସାବ୍ୟସ୍ତ ହେଲା... Read More