ବାନ୍ଦା: ମାଫିଆ ଡନ୍ ମୁଖତାର ଅନସାରୀ ମୃତ୍ୟୁବରଣ କରିଛି । ହୃଦଘାତ କାରଣରୁ ତାହାର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହା ପରେ ସମଗ୍ର ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି ହେବା ସହ ସୁରକ୍ଷାକୁ ବଢାଇଦିଆଯାଇଛି ।
ସୂଚନା ଅନୁସାରେ ଜେଲରେ ଥିବାବେଳେ ତାହାର ହୃଦଘାତ ହେବା କାରଣରୁ ସେ ଅଚେତ ହୋଇପଡ଼ିଥିଲା । ଅଚେତ ଅବସ୍ଥାରେ ଉଦ୍ଧାର ପରେ ଜେଲର ଡାକ୍ତରୀ ଦଳ ତାକୁ କଡ଼ା ସୁରକ୍ଷା ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।
ଦୁଇ ଦିନ ତଳେ ଜେଲରେ ମୁଖତାରର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାକୁ ରାଣୀ ଦୁର୍ଗାବତୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ତାକୁ ହସ୍ପିଟାଲରୁ ଡିସଚାର୍ଜ କରି ପୁଣି ଜେଲ୍ ପଠାଇ ଦିଆଯାଇଥିଲା।