ଭୁବନେଶ୍ବର : ଅଗ୍ନିବୀର ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର। ବିଏସଏଫ, ସିଆଇଏସଏଫ ଏବଂ ଆରପିଏଫରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ଘୋଷଣା କରାଯାଇଛି। ଏହାସହିତ କନଷ୍ଟେବଳ ପାଇଁ ମଧ୍ୟ କୋହଳ ସୁବିଧା ମିଳିବ। ଏଥିସହିତ ବୟସ ଓ ଶାରୀରିକ ପରୀକ୍ଷାରେ ମଧ୍ୟ କୋହଳ ସୁବିଧା ମିଳିବ। ସେନାବାହିନୀରେ ଭର୍ତ୍ତି ହୋଇନଥିବା ଅଗ୍ନିବୀରଙ୍କୁ ରାଜ୍ୟରେ ୧୦% ସଂରକ୍ଷଣ ମିଳିବ ଏବଂ ଓଡ଼ିଶାରେ ୟୁନିଫର୍ମ ସେବାରେ ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ ସହ ବୟସ କ୍ଷେତ୍ରରେ ୫ ବର୍ଷ କୋହଳ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।
ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ), ସଶସ୍ତ୍ର ସୀମା ବଳ (ଏସଏସବି), ରେଳବାଇ ସୁରକ୍ଷା ବଳ (ଆରପିଏଫ), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ଓ ସୀମା ସୁରକ୍ଷା ବଳ (ବିଏସଏଫ)ରେ ୧୦% ସଂରକ୍ଷଣ ଓ ବୟସ କୋହଳ କରାଯିବ ବୋଲି ସିଆରପିଏଫ ମହାନିର୍ଦ୍ଦେଶକ ଏ ନେଇ ସୂଚନା ଦେଇଛନ୍ତି। ଏହି ସଂରକ୍ଷଣ ଓ ବୟସ କୋହଳ ହେବା ଦ୍ୱାରା ସିଆରପିଏଫ ସମେତ ସମସ୍ତ କେନ୍ଦ୍ରୀୟ ସୁରକ୍ଷା ବଳକୁ ପ୍ରଶିକ୍ଷିତ ମାନବ ସମ୍ବଳ ମିଳିବା ସୁନିଶ୍ଚିତ ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ପ୍ରଥମ ବ୍ୟାଚର ଅଗ୍ନିବୀର ମାନେ ଯଦି ସିଆରପିଏଫରେ ଯୋଗ ଦେବେ, ସେ କ୍ଷେତ୍ରରେ ୫ ବର୍ଷ ବୟସ କୋହଳ କରାଯିବ। ଏହାଛଡା ସେମାନଙ୍କ ମନୋନୟନ ପାଇଁ ୧୦% ଚାକିରୀରେ ସଂରକ୍ଷଣ ମଧ୍ୟ ଲାଗୁ ହେବ। ସେମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ମଧ୍ୟ ଦେବାକୁ ପଡିବ ନାହିଁ। ସେହିପରି ଦ୍ଵିତୀୟ ବ୍ୟାଚ ଅଗ୍ନିବୀରଙ୍କ ପାଇଁ ୩ ବର୍ଷ ବୟସ ସୀମା କୋହଳ କରାଯିବ ବୋଲି ସିଆରପିଏଫ ମହାନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।