ନୂଆଦିଲ୍ଲୀ : ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି ବିଶ୍ୱର ଷ୍ଟାର୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ। ଏହି ରେକର୍ଡ କ୍ରୀଡା କ୍ଷେତ୍ରରେ ନୁହେଁ, ବରଂ ସୋଶାଲ ମିଡିଆ ପ୍ଲାଟଫର୍ମରେ ରଚିଛନ୍ତି। ସେ ସମସ୍ତ ସୋଶାଲ ମିଡିଆ ପ୍ଲାଟଫର୍ମରେ ୧୦୦ କୋଟି ଫଲୋର୍ସରେ ପହଞ୍ଚିବାରେ ପ୍ରଥମ ବ୍ୟକ୍ତି ହୋଇ ପାରିଛନ୍ତି। ବର୍ତ୍ତମାନ ସୋଶାଲ ମିଡିଆରେ ରୋନାଲ୍ଡୋଙ୍କର ୧୦୦ କୋଟି ଫଲୋର୍ସ ଅଛନ୍ତି, ଯାହା ଅନ୍ୟ କୌଣସି ବ୍ୟକ୍ତିଙ୍କର ନାହାନ୍ତି। ରୋନାଲ୍ଡୋଙ୍କର ସର୍ବାଧିକ ଫଲୋର୍ସ ବା ଅନୁସରଣକାରୀ ଇନଷ୍ଟାଗ୍ରାମରେ ଅଛନ୍ତି।
ରିପୋର୍ଟ ଅନୁସାରେ, ଇନଷ୍ଟାଗ୍ରାମରେ ରୋନାଲ୍ଡୋଙ୍କର ୬୩୯ ମିଲିୟନ ଫଲୋର୍ସ ଅଛନ୍ତି। ସେହିପରି ଫେସବୁକରେ ୧୭୦.୫ ମିଲିୟନ ଏବଂ ଏକ୍ସ (ପୂର୍ବର ଟ୍ୱିଟର)ରେ ୧୧୩ ମିଲିୟନ ଫଲୋର୍ସ ଅଛନ୍ତି। ସେ ଗତକାଲି ସୋଶାଲ ମିଡିଆରେ ଏକ ପୋଷ୍ଟ ଶୋଆର କରି ୧୦୦ କୋଟି ଫଲୋର୍ସରେ ପହଞ୍ଚି ଥିବା କହିଛନ୍ତି। ଏଥିସହ ଫଲୋର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି।