ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଟାଟା ସନ୍ସ ଏବଂ ପାୱାରଚିପ ସେମିକଣ୍ଡକ୍ଟର ମାନୁଫାକଚରିଂ କର୍ପୋରେସନ – (ପିଏସଏମସି)ର ନେତୃତ୍ୱ ଟିମ୍ ସହ ସାକ୍ଷାତ କରିଛନ୍ତି। ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ପ୍ରକଳ୍ପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ଜଣାପଡିଛି। ତାଇୱାନର ପାୱାରଚିପ ସେମିକଣ୍ଡକ୍ଟର ମାନୁଫାକଚରିଂ କର୍ପୋରେସନ ଭାରତରେ ଏହାର ବିସ୍ତାର କରିବାକୁ ଉତ୍ସାହ ପ୍ରକାଶ କରିଛି।
ସାମାଜିକ ଗଣମାଧ୍ୟମ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଟାଟା ସନ୍ସ ଏବଂ ପାୱାରଚିପ ସେମିକଣ୍ଡକ୍ଟର ମାନୁଫାକଚରିଂ କର୍ପୋରେସନର ନେତୃତ୍ୱ ଟିମ୍ ସହ ବହୁତ ଭଲ ବୈଠକ ହୋଇଛି। ସେମାନେ ସେମାନଙ୍କର ସେମିକଣ୍ଡକ୍ଟର ଉତ୍ପାଦନ ପ୍ରକଳ୍ପ ବିଷୟରେ ଅପଡେଟ୍ ସେୟାର କରିଥିଲେ।