ନୂଆଦିଲ୍ଲୀ : ବିହାରର ମୁଜାଫରପୁର ଜିଲ୍ଲାର ଓରାଇ ଅଞ୍ଚଳରେ ବନ୍ୟା ରିଲିଫ କାର୍ଯ୍ୟରେ ନିୟୋଜିତ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ବୁଧବାର ଅପରାହ୍ନରେ ବନ୍ୟାଜଳରେ ଜରୁରୀକାଳୀନ ଅବତରଣ କରିଛି। ମୁଜାଫରପୁରର ଏସଏସପି କହିଛନ୍ତି ଯେ ପାଇଲଟଙ୍କ ସମେତ ୪ ଜଣ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବନ୍ୟା ପ୍ରଭାବିତ ସୀତାମଢି ଜିଲ୍ଲାକୁ ହେଲିକପ୍ଟରଟି ରିଲିଫ ସାମଗ୍ରୀ ନେଇ ଯାଉଥିବା ବେଳେ ଏହାର ଫ୍ୟାନର ବ୍ଲେଡ ଭାଙ୍ଗି ଯାଇଥିଲା ଫଳରେ ହେଲିକପ୍ଟରଟି ବନ୍ୟାଜଳରେ ଅବତରଣ କରିଥିଲା।
October 2, 2024
0 Comment
38 Views
ବ୍ଲେଡ ଭାଙ୍ଗିଯିବାରୁ ବନ୍ୟାଜଳରେ ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର
by Editor