ମୟୁରଭଞ୍ଜ : ରାଜ୍ୟରେ ବାଘ ବଂଶ ବୃଦ୍ଧି କରିବା ଉଦ୍ଦେଶ୍ୟରେ ମହାରାଷ୍ଟ୍ରରୁ ଅଣାଯାଇଛି ଗୋଟିଏ ମହାବଳ ବାଘ। ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏହି ମହାବଳକୁ ଅଣାଯାଇଥିବା ଜଣାପଡ଼ିଛି। ମହାବଳକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟରେ ଛଡ଼ାଯିବ। ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ପ୍ରସ୍ତୁତି ଶେଷ କରିଛନ୍ତି। ନୂଆ ଅତିଥିକୁ ସ୍ଵାଗତ କରିବା ଲାଗି ଅଭୟାରଣ ସଜେଇ ହୋଇଛି। ଅଭୟାରଣ୍ୟର ମୁଖ୍ୟ ଫାଟକକୁ ସାଜସଜ୍ଜା କରାଯାଉଥିବା ଦେଖିବାକୁ ମିଳିଛି। ରବିବାର ସନ୍ଧ୍ୟାରେ ବାଘଟି ସିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଥିବା ସୂଚନା ମିଳିଛି। ଆବଶ୍ୟକ ପ୍ରକ୍ରିୟା ଶେଷ ହେବା ପରେ ବାଘକୁ ଜଙ୍ଗଲରେ ଛଡ଼ାଯିବ।

October 27, 2024
0 Comment
42 Views
ଶିମିଳିପାଳରେ ପହଞ୍ଚିଲା ନୂଆ ଅତିଥି, ମହାରାଷ୍ଟ୍ରରୁ ଆସିଲା ମହାବଳ
by Editor
ମୟୁରଭଞ୍ଜ : ରାଜ୍ୟରେ ବାଘ ବଂଶ ବୃଦ୍ଧି କରିବା ଉଦ୍ଦେଶ୍ୟରେ ମହାରାଷ୍ଟ୍ରରୁ ଅଣାଯାଇଛି ଗୋଟିଏ ମହାବଳ ବାଘ। ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏହି ମହାବଳକୁ ଅଣାଯାଇଥିବା ଜଣାପଡ଼ିଛି। ମହାବଳକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟରେ ଛଡ଼ାଯିବ। ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ପ୍ରସ୍ତୁତି ଶେଷ କରିଛନ୍ତି। ନୂଆ ଅତିଥିକୁ ସ୍ଵାଗତ କରିବା ଲାଗି ଅଭୟାରଣ ସଜେଇ ହୋଇଛି। ଅଭୟାରଣ୍ୟର ମୁଖ୍ୟ ଫାଟକକୁ ସାଜସଜ୍ଜା କରାଯାଉଥିବା ଦେଖିବାକୁ ମିଳିଛି। ରବିବାର ସନ୍ଧ୍ୟାରେ ବାଘଟି ସିମିଳିପାଳ ଅଭୟାରଣ୍ୟରେ... Read More