ସୁନ୍ଦରଗଡ : ସୁନ୍ଦରଗଡରେ ପରକୀୟା ପ୍ରୀତିରୁ ୫ ଜଣଙ୍କୁ ହତ୍ୟା ଘଟଣା । ପୁଲିସ ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ଅନୁଗୁଳ ଜିଲ୍ଲା ବଅଁରପାଳରୁ ୧୩ଜଣ ଯାଯାବରଙ୍କୁ ଉଠାଇ ଆଣି ପଚରାଉଚରା କରୁଛି।
ସୂଚନା ଅନୁସାରେ ବୁଧବାର ସୁନ୍ଦରଗଡ ସଦର ଥାନା କରମଡିହି ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ଗୀତାପଡାରେ ଦୁଇ ଯାଜାବର ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିଲା। ଏଥିରେ ୩ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁଇ ଆହତଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରକୀୟା ପ୍ରୀତିରୁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ପୁଲିସ୍ ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ୧୩ ଜଣ ଯାଯାବରଙ୍କୁ ଉଠାଇ ଆଣି ପଚରାଉଚରା ଜାରି ରଖିଛି।