ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ୧ ନଂ ଭୂତଳ ମାର୍କେଟ୍ରେ ଗୁରୁବାର ବିଳମ୍ବିତ ରାତିରେ ନିଆଁ ଲାଗି ଏକାଧିକ କପଡ଼ା ଦୋକାନ ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୪/୫ ଘଣ୍ଟା ପରିଶ୍ରମ କରିବା ପରେ ଏହି ନିଆଁ ଆୟତ୍ତକୁ ଆସିଛି।
ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ମାତ୍ର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଛାରଖାର ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଶଟ୍ସର୍କିଟ୍ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।