ଭୁବନେଶ୍ୱର : ପରଦାରେ ମିଛ ମିଛିକା ନୁହେଁ ବରଂ ସତସତିକା । ବାଜିଲା ସାହାନାଇ। ଓଲିଉଡ୍ର ଆଗଧାଡ଼ିର ନାୟିକା ଏଲିନା ସାମନ୍ତରାୟ ହାତରୁ ଦି’ ହାତ ହୋଇଛନ୍ତି । ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବହୁଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ ବିବାହ କରିଛନ୍ତି ।
ସେ ପୁଣି ଇଣ୍ଡୋନେସିଆ ବାଲିରେ ବୋଲି ତାଙ୍କ ପାଖ ଲୋକମାନଙ୍କ ଠାରୁ ଶୁଣିବାକୁ ମିଳିଛି । ହଠାତ୍ ଏହି ଖବର ପାଇବା ପରେ ଅନେକ ସିନେପ୍ରେମୀ ଏବଂ ତାଙ୍କ ଶୁଭେଚ୍ଛୁ ଖୁସି ହେବା ସହ ଆଶ୍ଚର୍ଯ୍ୟ ହୋଇଛନ୍ତି । ବଡ଼ କଥା ହେଲା³ ଓଲିଉଡ୍ରେ ବି ଏହି ଖବର ନାହିଁ । କିନ୍ତୁ ଏଲିନା ବାହାଘରର କିଛି ଫଟୋ ନିଜ ଇନ୍ଷ୍ଟାଗ୍ରାମ୍ରେ ଅପ୍ଲୋଡ୍ କରିଛନ୍ତି । ଗତକାଲି ବି ସେ ଏକ କାନ୍ଭାସ୍ରେ ଅନୁରାଗ ଏବଂ ଲଭ୍ ପ୍ରତୀକ ସହ ଏଲିନା ଲେଖାଥିବା ଫଟୋ ପୋଷ୍ଟ କରି ଏ ବିଷୟରେ କିଛି ଆଭାସ ଦେଇଥିଲା ।