ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ତୃତୀୟ ଦିନ । ଆଜି ମଧ୍ୟ ଉଠିପାରେ ଚାଷୀ ପ୍ରସଙ୍ଗ । ଫଳରେ ସରଗରମ ହୋଇପାରେ ଗୃହ । ଉଭୟ ବିଜେପି ଓ ବିଜେଡି ଚାଷୀ ପ୍ରସଙ୍ଗରେ ହଙ୍ଗାମା କରୁଛନ୍ତି ।
ଗତ ଶୁକ୍ରବାର ଦ୍ଵିତୀୟ ଦିନରେ ଚାଷୀ ପ୍ରସଙ୍ଗରେ ଚାଲି ପାରିନଥିଲା ଗୃହ । ବିଧାନସଭାରେ ହଙ୍ଗାମା ପରେ ଏମଏସପି ବୃଦ୍ଧି ଦାବିରେ ବିଧାନସଭାରୁ ରାଜଭବନ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ ବିଜେଡି ବିଧାୟକ । ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସେହିପରି ଫସଲ ବୀମା, ଇନପୁଟ୍ ସବସିଡ ଓ ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି ବିକ୍ଷୋଭ କରିଥିଲା । ବିଜେପି ମଧ୍ୟ ବିଧାନସଭାରେ ହୋହଲ୍ଲା କରିବା ପରେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲା । ତେଣୁ ଆଜିର ଗୃହକାର୍ଯ୍ୟ କିପରି ରହିବ ତାଉପରେ ନଜର ରହିବ ।