ଛତ୍ରପୁର : ଆଜିଠୁ ଗୋପାଳପୁର ବେଳାଭୂମି ମହୋତ୍ସବ । ଲୋକ କଳାରେ ଦୁଲୁକି ଉଠିବ ଗଞ୍ଜାମ ଜିଲାର ଗୋପାଳପୁର ବେଳାଭୂମି। ଶନିବାର ସନ୍ଧ୍ୟାରୁ ୫ ଦିନ ପର୍ଯ୍ୟନ୍ତ ସମୁଦ୍ର ତଟ ମଞ୍ଚ ଉପରେ ପରିବେଷିତ ହେବ ରାଜ୍ୟ ଓ ରାଜ୍ୟ ବାହାରର ଲୋକ କଳା ସମେତ ସ୍ଥାନୀୟ ସ୍ତରରୁ ଆରମ୍ଭ କରି ଓଲିଉଡ୍ ଏବଂ ବଲିଉଡ୍ କଳାକାରଙ୍କ ନୃତ୍ୟ ଓ ସଙ୍ଗୀତ ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ। ବିଭିନ୍ନ ସ୍ଥାନରୁ ଆସିଥିବା ବ୍ୟବସାୟୀଙ୍କ ଭଳିକି ଭଳି ସାମଗ୍ରୀର ପସରା ମେଲିବ। ଏଥିସହ ମିଶନ୍ ଶକ୍ତି ପଲ୍ଲୀଶ୍ରୀ ମେଳାରେ ପ୍ରଦର୍ଶିତ ହେବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଷ୍ଟଲ୍, ବିଭିନ୍ନ ସରକାରୀ ବିଭାଗର ଯୋଜନା ଓ ସଫଳତା ବର୍ଣ୍ଣନା କରୁଥିବା ଷ୍ଟଲ୍। ନିଜ ଦ୍ବାରା ଉତ୍ପାଦିତ ହସ୍ତତନ୍ତ ଓ ଅନ୍ୟ ସାମଗ୍ରୀ ବିକ୍ରିବଟାର ଭଲ ସୁଯୋଗ ପାଇବେ ମହିଳା ଏସ୍ଏଚଜି ।
December 24, 2022
0 Comment
301 Views
ଆଜିଠୁ ୫ ଦିନ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ
by Editor
ଛତ୍ରପୁର : ଆଜିଠୁ ଗୋପାଳପୁର ବେଳାଭୂମି ମହୋତ୍ସବ । ଲୋକ କଳାରେ ଦୁଲୁକି ଉଠିବ ଗଞ୍ଜାମ ଜିଲାର ଗୋପାଳପୁର ବେଳାଭୂମି। ଶନିବାର ସନ୍ଧ୍ୟାରୁ ୫ ଦିନ ପର୍ଯ୍ୟନ୍ତ ସମୁଦ୍ର ତଟ ମଞ୍ଚ ଉପରେ ପରିବେଷିତ ହେବ ରାଜ୍ୟ ଓ ରାଜ୍ୟ ବାହାରର ଲୋକ କଳା ସମେତ ସ୍ଥାନୀୟ ସ୍ତରରୁ ଆରମ୍ଭ କରି ଓଲିଉଡ୍ ଏବଂ ବଲିଉଡ୍ କଳାକାରଙ୍କ ନୃତ୍ୟ ଓ ସଙ୍ଗୀତ ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ। ବିଭିନ୍ନ ସ୍ଥାନରୁ ଆସିଥିବା ବ୍ୟବସାୟୀଙ୍କ ଭଳିକି ଭଳି ସାମଗ୍ରୀର... Read More