ଭୁବନେଶ୍ୱର : ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୨୩ ପାଳନର ରୂପରେଖ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।
ଗାନ୍ଧୀମାର୍ଗରେ ଆୟୋଜିତ ହେବ ୭୪ତମ ସାଧାରଣତନ୍ତ୍ର ଦିବସ ସମାରୋହ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।
ପ୍ରଭାତରେ ଡାକବାଜି ଯନ୍ତ୍ର ଓ ଏଲ୍ଇଡି ୱାଲ୍ ଯୋଗେ ରାମଧୂନ୍ ପରିବେଷଣ ହେବ। ବୈଦୁତିକ ଓ ସାମାଜିକ ଗଣମାଧ୍ୟମରେ ସିଧାପ୍ରସାରଣ ବ୍ୟବସ୍ଥା କରାଯିବ। ପୂର୍ବ ବର୍ଷଗୁଡିକ ଭଳି ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ ହେବ। ଏହି ରାଷ୍ଟ୍ରୀୟ ମହୋତ୍ସବ ପାଳନର ସଫଳତା ନିମନ୍ତେ ଆଗୁଆ ପ୍ରସ୍ତୁତି କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍ତି।