ନୂଆଦିଲ୍ଲୀ: ଆଜି ବିମୁଦ୍ରୀକରଣ ଉପରେ ସୁପ୍ରିମକୋର୍ଟ ତାର ରାୟ ପ୍ରକାଶ କରିବେ । ଶୀତ ଅବକାଶ ପରେ ପ୍ରଥମ ଦିନରେ ଏହି ଶୁଣାଣି ହେବ । ସୁପ୍ରିମକୋର୍ଟର ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୬ ନଭେମ୍ବର ୮ରେ ଅତର୍କିତ ଭାବରେ କାର୍ଯ୍ୟକାରୀ କରାଯାଇଥିବା ବିମୁଦ୍ରୀକରଣକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଆଗତ ଏକାଧିକ ଆବେଦନର ଶୁଣାଣି ଶେଷ ହୋଇଛି। ସୋମବାର ତାହାର ରାୟ ପ୍ରକାଶ ପାଇବ। ଗତ ଡିସେମ୍ବର ୭ ତାରିଖରେ ସୁପ୍ରିମକୋର୍ଟରେ ମାମଲାର ଶେଷ ଶୁଣାଣି କରାଯାଇଥିଲା। ପରେ ସର୍ବୋଚ୍ଚ ଅଦାଲତ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ।