ଦେବଗଡ଼ : ଦେବଗଡ଼ ଜିଲା ନବଗଠିତ ଲଇମୁରା ଥାନା ଲମ୍ବଡୁରା ଗାଁରେ ଅଭାବନୀୟ ଘଟଣା । ଝିଅକୁ କଚାଡି ମାରିଲା ମଦ୍ୟପ ବାପା । ଅଭିଯୁକ୍ତ ମଦ୍ୟପ ବାପା ବିଜୁ କିଶାନ ପୋଲିସ ଦ୍ୱାରା ଅଟକ ।
ସୂଚନା ଯେ, ମକର ସଂକ୍ରାନ୍ତି ଦିନ ମଦ ପିଇ ଗଣ୍ଡଗୋଳ କରିବାରୁ ବିଜୁଙ୍କ ସ୍ତ୍ରୀ ଘର ଛାଡି ବାପା ଘରକୁ ଯାଇଥିଲେ । ସେ ନିଜର ଦୁଇ ବର୍ଷର ଶିଶୁ କନ୍ୟାକୁ ସେଠାରେ ଛାଡି ଦେଇ ଚାଲିଯାଇଥିଲେ । ସୋମବାର ସକାଳୁ ବିଜୁ ମଦ ପିଇ ଆସି କୌଣସି କାରଣରୁ ଛୋଟ ଶିଶୁ କନ୍ୟାକୁ କଚାଡି ଦେଇଥିଲା। ତେବେ ପାଖ ପଡୋଶୀ ସଙ୍ଗେ ସଙ୍ଗେ ଶିଶୁକୁ ନିକଟରେ ଥିବା ଲଇମୁରା ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଲଇମୁରା ପୋଲିସ ଅଭିଯୁକ୍ତ ବାପା ବିଜୁ କିଶାନକୁ ଅଟକ ରଖି ପଚରା ଉଚୁରା କରୁଛନ୍ତି ।