ମଧ୍ୟପ୍ରଦେଶ : ଆଜି ସକାଳେ ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ଏକ ରେଲୱେ ଟ୍ରାକମ୍ୟାନ ଏବଂ ତାଙ୍କ ପତ୍ନୀ ଦୁଇ ପିଲାଙ୍କ ସହିତ ଏକ ଟ୍ରେନ୍ ଆଗରେ ଡେଇଁ ପଡ଼ିଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଭେଦଘାଟ ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ସିହୋରା ଗ୍ରାମରେ ଏହି ଘଟଣା ଘଟିଛି ବୋଲି ସିଟି ପୋଲିସ ଅଧୀକ୍ଷକ ସୁନୀଲ ନେମା କହିଛନ୍ତି । ସେ କହିଛନ୍ତି ଯେ, ଏହା ପଛର କାରଣ ଏପର୍ୟ୍ୟନ୍ତ ଜଣା ପଡିନାହିଁ।
ସିହୋଡା ଗାଁର ବାସିନ୍ଦା ନରେନ୍ଦ୍ର ଚଧରଙ୍କ ମୃତଦେହ, ତାଙ୍କ ପତ୍ନୀ ରେନା ଏବଂ ୬ ବର୍ଷ ୩ ମାସ ବୟସର ଦୁଇ ଝିଅଙ୍କ ମୃତଦେହ ରେଳବାଇ ଟ୍ରାକରେ ଥିବାବେଳେ ତାଙ୍କ ମୋଟରସାଇକେଲ ମଧ୍ୟ ସେଇ ପାଖାପାଖି ପାର୍କିଂ ହୋଇଥିଲା । ଏହି ଘଟଣାରେ ସେମାନେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତଦେହକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି। ନରେନ୍ଦ୍ର ଚାଧରଙ୍କ ଶ୍ୱଶୁର ଶଙ୍କର ଲାଲ ଚଧର ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ଝିଅ ରେନା ମଙ୍ଗଳବାର ଫୋନ୍ କରି ତାଙ୍କୁ ଏବଂ ତାଙ୍କ ଶାଶୁଙ୍କ ମଧ୍ୟରେ ବିବାଦ ବିଷୟରେ କହିଥିଲେ କିନ୍ତୁ ଏହା ଏକ ସାଧାରଣ ତଥା ଆଭ୍ୟନ୍ତରୀଣ ପାରିବାରିକ ମାମଲା ହୋଇଥିବାରୁ ସେ ଏଥିପ୍ରତି ଧ୍ୟାନ ଦେଇନଥିଲେ। ବ୍ୟକ୍ତି ଜଣକ ସକାଳେ ଏହା ବିଷୟରେ ଜାଣିବା ପରେ ତାଙ୍କ ଜ୍ବାଇଁ ଓ ଝିଅକୁ ଏପରି ଚରମ ପଦକ୍ଷେପ ନେବାକୁ କଣ ବାଧ୍ୟ କରିଥିଲା , ସେ ଏପରି କାହିଁକି କଲେ ଦୁଃଖରେ ବ୍ୟକ୍ତି ଜଣକ କହିଛନ୍ତି ।