ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ଶୁକ୍ରବାର ଏକ ରଙ୍ଗ ବୋଝେଇ ଟ୍ରକ୍ ତଳକୁ ଖସି ପଡ଼ିଛି। ତେବେ ସୋଭାଗ୍ୟବଶତଃ ଡ୍ରାଇଭର୍ ଓ ହେଲପର୍ ଅଳ୍ପକେ ଆହତ ହୋଇଥିଲେ ସୁଦ୍ଧା ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ରାୟଗଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଡ୍ରାଇଭର୍ ଓ ହେଲପର୍ ସୁସ୍ଥ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଟ୍ରକଟି ଗଜପତି ଜିଲ୍ଲା ମୋହନା ଦେଇ ପାରଳାଖେମୁଣ୍ଡି ଆସୁଥିବା ବେଳେ ବ୍ରେକ୍ ଫେଲ୍ ହୋଇ ଘାଟିରୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ରାୟଗଡ଼ ଥାନାପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

February 3, 2023
0 Comment
268 Views
ମାର୍ଲବା ଘାଟିରେ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍, ହେଲପର୍
by Editor
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ଶୁକ୍ରବାର ଏକ ରଙ୍ଗ ବୋଝେଇ ଟ୍ରକ୍ ତଳକୁ ଖସି ପଡ଼ିଛି। ତେବେ ସୋଭାଗ୍ୟବଶତଃ ଡ୍ରାଇଭର୍ ଓ ହେଲପର୍ ଅଳ୍ପକେ ଆହତ ହୋଇଥିଲେ ସୁଦ୍ଧା ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ରାୟଗଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଡ୍ରାଇଭର୍ ଓ ହେଲପର୍ ସୁସ୍ଥ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଟ୍ରକଟି ଗଜପତି ଜିଲ୍ଲା ମୋହନା ଦେଇ ପାରଳାଖେମୁଣ୍ଡି ଆସୁଥିବା ବେଳେ ବ୍ରେକ୍ ଫେଲ୍ ହୋଇ ଘାଟିରୁ ଖସି... Read More