ନୂଆଦିଲ୍ଲୀ : ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ରେ ଓଡ଼ିଶାରୁ ୫ଟି ପ୍ରକଳ୍ପ ପୁରସ୍କୃତ ହୋଇଛି ଏବଂ ଗୋଟିଏ ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟର ଗୌରବ ବୃଦ୍ଧି କରିଛି । ପ୍ରକାଶ ଥାଉକି, ଚଳିତ ବର୍ଷ ଓଡ଼ିଶାରୁ ୨୭ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକଳ୍ପ ସହ ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତାରେ ସାମିଲ ହୋଇଥୁଲେ । କୃଷ୍ଣଚନ୍ଦ୍ର ନାୟକ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା କଟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡ଼ିଶାରୁ ୧୪ ଜଣ ଛାତ୍ର ଓ ୧୩ ଜଣ ଛାତ୍ରୀ ଏବଂ ୭ ଜଣ ସହଯୋଗୀ ଶିକ୍ଷକ / ଶିକ୍ଷୟିତ୍ରୀ ବିଭିନ୍ନ ପ୍ରକଳ୍ପ ସହ ଗତ ୬ ତାରିଖରେ ଦିଲ୍ଲୀ ଯାତ୍ରା କରିଥିଲେ | ଉକ୍ତ ପ୍ରଦର୍ଶନୀ ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡ଼ିୟମରେ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଆୟୋଜିତ ହୋଇଥିଲା । ଆଜି ବିଜ୍ଞାନ ଭବନରେ ଶ୍ରେଷ୍ଠ ବିବେଚିତ ଦେଶର ୬୦ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନପୂର୍ବକ ପୁରସ୍କୃତ କରାଯାଇଥିଲା । ଏହି ପୁରସ୍କାର ବିତରଣ ଉତ୍ସବରେ ଅନମାନଙ୍କ ମଧ୍ୟରେ କେନ୍ଦ୍ର ବିଜ୍ଞାନ ଓ କାରିଗରୀ କୌଶଳ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ, ଉପସ୍ଥିତ ରହି ଛାତ୍ରଛତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଓଡ଼ିଶାରୁ ମନୋନୀତ ଏବଂ ଜାତୀୟ ସ୍ତରରେ ପୁରସ୍କୃତ ୫ଟି ପ୍ରକଳ୍ପ ମଧ୍ଯରେ ଖୋର୍ଦ୍ଧା ଜିଲ୍ଲାର ଛାତ୍ର ଶ୍ରେୟାଂଶ ନାୟକଙ୍କ ଦ୍ଵାରା ପ୍ରସ୍ତୁତ ପ୍ରକଳ୍ପଟି ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ରାଜ୍ଯ ପାଇଁ ବିଶେଷ ଗୌରବ ଆଣିପାରିଛି । ଅନ୍ୟ ୪ଟି ପୁରସ୍କୃତ ପ୍ରକଳ୍ପ ମଧ୍ଯରେ ବରଗଡ଼ ଜିଲ୍ଲାର ଛାତ୍ରୀ କ୍ରିଷ୍ଣା ସାହୁଙ୍କ ଦ୍ଵାରା ପ୍ରସ୍ତୂତ ପ୍ରକଳ୍ପ, ମୟୂରଭଞ୍ଜ ଜିଲ୍ଲାର ଛାତ୍ରୀ ତୃପ୍ତି ଟଙ୍ଗଙ୍କ ଦ୍ଵାରା ପ୍ରସ୍ତୁତ ପ୍ରକଳ୍ପ ,ଝାରସୁଗୁଡ଼ା ଜିଲ୍ଲାର ଛାତ୍ର ସୁମୟ ସେନାପତିଙ୍କ ଦ୍ଵାରା ପ୍ରସ୍ତୁତ ପ୍ରକଳ୍ପ , କଳାହାଣ୍ଡି ଜିଲ୍ଲାର ଛାତ୍ର ସୌମ୍ୟରଞ୍ଜନ ସିଂଙ୍କ ଦ୍ଵାରା ପ୍ରସ୍ତୁତ ପ୍ରକଳ୍ପ ଦେଶର ୬୦ ଗୋଟି ପ୍ରକଳ୍ପ ମଧ୍ଯରେ ସ୍ଥାନିତ ହୋଇଛନ୍ତି ।
October 11, 2023
0 Comment
159 Views
ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ଓଡ଼ିଶାର ସଫଳତା
by Editor
ନୂଆଦିଲ୍ଲୀ : ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ରେ ଓଡ଼ିଶାରୁ ୫ଟି ପ୍ରକଳ୍ପ ପୁରସ୍କୃତ ହୋଇଛି ଏବଂ ଗୋଟିଏ ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟର ଗୌରବ ବୃଦ୍ଧି କରିଛି । ପ୍ରକାଶ ଥାଉକି, ଚଳିତ ବର୍ଷ ଓଡ଼ିଶାରୁ ୨୭ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକଳ୍ପ ସହ ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତାରେ ସାମିଲ ହୋଇଥୁଲେ । କୃଷ୍ଣଚନ୍ଦ୍ର ନାୟକ ଜିଲ୍ଲା ଶିକ୍ଷା ଅଧିକାରୀ... Read More