କେନ୍ଦୁଝର ,୧୪।୧୨: କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଗୁରୁବାର ଅପରାହ୍ନରେ ଜିଲା ସ୍ଥରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୩ ଉଦଘାଟିତ ହୋଇଯାଇଛି। ଏହି ମେଳା ଗୁରୁବାର ଠାରୁ ୧୮ ତାରିଖ ସୋମବାର ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ବିଭିନ୍ନ ବିଭାଗ, ବିଭିନ୍ନ ଅଞ୍ଚଳରୁ ଆସିଥିବା ସ୍ଵୟଂ ସହାୟକ କୃଷି ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ୱାରା ଉତ୍ପାଦନ ହୋଇଥିବା ସାମଗ୍ରୀର ଷ୍ଟଲମାନ ଖୋଲାଯାଇଛି। ଭଳିକି ଭଳି କୃଷି ଯନ୍ତ୍ରପାତି ଏହି ମେଳାରେ ପ୍ରଦର୍ଶିତ ହୋଇଛି। ମେଳାର ପ୍ରଥମ ଦିନରୁ ହିଁ ବିଭିନ ଅଞ୍ଚଳରୁ ଆସିଥିବା ଚାଷୀ ଏବଂ ଉତ୍ପାଦକ ଗୋଷ୍ଠୀମାନେ ମେଳାକୁ ଆସିଥିବା ବିଭିନ୍ନ କୃଷି ଯନ୍ତ୍ରପାତିର ବ୍ୟବହାର, ଉପକାରୀତା,ଦର ସମ୍ପର୍କରେ ପଚାରି ଉଝିଥିଲେ। ମେଳାରେ ସୋଲାର ଚାଳିତ ପମ୍ପ ସେଟ ଠାରୁ ବିଭିନ୍ନପ୍ରକାରର ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହୋଇଥିଲା। କୃଷି ଯନ୍ତ୍ରପାତି ମେଳା-୨୦୨୩ କୁ ଅତିଥିମାନେ ଉଦଘାଟନ କରି ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ। ଏଥି ସମ୍ବନ୍ଧିତ ଏକ ସଭାର ଆୟୋଜନ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ଆରଧ୍ୟା ମା ତାରିଣୀଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ସଭା ଆରମ୍ଭ ହୋଇଥିଲା। ଭଗାମୁଣ୍ଡାରୁ ଆସିଥିବା ପୁରସ୍କାର ପ୍ରାପ୍ତ କଳାକାର ଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ମାଧ୍ୟମରେ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଜଗନ୍ନାଥ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଲୋକାଭିମୁଖୀ ତଥା କୃଷକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କୃଷି ଓ କୃଷକ ମାନଙ୍କୁ ସଶକ୍ତିକରଣ କରିବା ଯୋଜନା ଗୁଡିକର ମୂଳ ଲକ୍ଷ୍ୟ ଥିବାବେଳେ ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି କୃଷକ ମାନେ କିପରି ଅଧିକ ଆର୍ଥିକ ସ୍ୱଚ୍ଛଳ ହୋଇପାରିବେ। ସେଥିପାଇଁ ରିହାତି ଦରରେ ସରକାରଙ୍କ ପକ୍ଷରୁ କୃଷି ଯନ୍ତ୍ରପାତି ଯୋଗାଇ ଦିଆଯାଉଛି। ଏଭଳି ମେଳା ଆୟୋଜନ ମାଧ୍ୟମରେ ଜିଲାର କୃଷକ ଭାଇମାନେ କୃଷି ଯନ୍ତ୍ରପାତିର କାର୍ଯ୍ୟକାରିତା ଏବଂ ଉପଯୋଗୀତା ସମ୍ପର୍କରେ ଅବଗତ ହୋଇ ଏହାର ଲାଭ ଉଠାଇବାକୁ ଆହ୍ୱାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ
ସମ୍ମାନୀତ ଅତିଥିଭାବେ ସଦର ବିଧାୟକ ମୋହନ ଚରଣ ମାଝୀ ଯୋଗ ଦେଇ କୃଷକଙ୍କ ବିକାଶ ପାଇଁ ସରକାର ଅଧିକ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ। କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ କେନ୍ଦୁଝର ଜିଲାର କୃଷି ଓ କୃଷକଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନେଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଜୋନ କୃଷି ଅଧୀକ୍ଷଣ ଯନ୍ତ୍ରୀ ଇଂ ପୃଥ୍ୱୀରାଜ ମହାନ୍ତି, କେନ୍ଦୁଝର ଜିଲା କୃଷି ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଜଗବନ୍ଧୁ ପଟ୍ଟନାୟକ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ। ଜିଲା ମୁଖ୍ୟ କୃଷି ଅଧିକାରୀ ମିହିର କୁମାର ସାହୁ ସଭା କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି କୃଷି ଯନ୍ତ୍ରପାତି ମେଳା ୨୦୨୩ର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ପରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ଯ ପାଇଁ ଝୁମ୍ପୁରା ବ୍ଲକ ହୀରାପଶି ଗ୍ରାମର ପ୍ରଫୁଲ୍ଲ କୁମାର ବେହେରା, ସଦର ବ୍ଲକ କାଉଁରିକଳାର ଭବାନୀ ମହାନ୍ତ, ଯୋଡ଼ା ବ୍ଲକ ଦାମପୁର ର ଜାନ୍ଦକ ମୁଣ୍ଡା, ଉଦ୍ୟାନ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ତେଲକୋଇ ବ୍ଲକ ଦେଉଲଡିହାର ରୁନୁ ମହାକୁଡ଼, ପାଟଣା ବ୍ଲକ ଏରେଣ୍ଡେଇ ର ବିଦ୍ୟାଧର ମହାନ୍ତ, ପଶୁପାଳନ କ୍ଷେତ୍ରରେ ଆନନ୍ଦପୁର ବ୍ଲକ ପଦ୍ମପୁରର ସ୍ୱସ୍ତି ପ୍ରସାଦ ସାହୁ, ଘଟଗାଁ ବ୍ଲକ ମୁକୁନ୍ଦପୁରପାଟଣାର ଧରଣୀଧର ଖୁଣ୍ଟିଆ, ମାଛ ଚାଷ କ୍ଷେତ୍ରରେ ସଫଳତା ପାଇଁ ସାହାରପଡା ବ୍ଳକ ଗଜାପଥର ଗ୍ରାମର ବିନିତା ମହାନ୍ତ, ଘଷିପୁରା ବ୍ଲକ ବରିପାଳର ସଂଯୁକ୍ତା ପହି, ଜଳଛାୟା କ୍ଷେତ୍ରରେ ବାଂଶପାଳ ବ୍ଲକ ହାତିଶୀଳାର ରସାନନ୍ଦ ବେହେରା, ହରିଚନ୍ଦନପୁର ବ୍ଲକ ପେଣ୍ଠଡ଼ିହିର ଅକ୍ଷୟ କୁମାର ମହାନ୍ତ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ଚମ୍ପୁଆ ବ୍ଲକ କୋଡଦଗାଡ଼ିଆର ମା ସରସ୍ଵତୀ ମହିଳା ସ୍ଵୟଂସହାୟକ ଗୋଷ୍ଠୀ, ଏବଂ ହାଟଡ଼ିହି ଯଶୋବନ୍ତପୁରର ଶ୍ରୀ ଅରବିନ୍ଦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଞ୍ଚଳରୁ ବ୍ଲକ କୃଷି ଅଧିକାରୀ , କର୍ମଚାରୀ ,କ୍ଷେତ୍ର କର୍ମଚାରୀମାନେ ଉପସ୍ଥିତ ଥିଲେ।
December 14, 2023
0 Comment
150 Views
ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୩ ଉଦଘାଟିତ,କୃଷି ଓ କୃଷକର ଉନ୍ନତିପାଇଁ ସରକାରଙ୍କ ଲୋକାଭିମୁଖୀ ଯୋଜନାର ଲାଭ ନେବାକୁ ଆହ୍ୱାନ ଜଣାଇଲେ ମୁଖ୍ୟ ଅତିଥି
କେନ୍ଦୁଝର ,୧୪।୧୨: କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଗୁରୁବାର ଅପରାହ୍ନରେ ଜିଲା ସ୍ଥରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୩ ଉଦଘାଟିତ ହୋଇଯାଇଛି। ଏହି ମେଳା ଗୁରୁବାର ଠାରୁ ୧୮ ତାରିଖ ସୋମବାର ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ବିଭିନ୍ନ ବିଭାଗ, ବିଭିନ୍ନ ଅଞ୍ଚଳରୁ ଆସିଥିବା ସ୍ଵୟଂ ସହାୟକ କୃଷି ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ୱାରା ଉତ୍ପାଦନ ହୋଇଥିବା ସାମଗ୍ରୀର ଷ୍ଟଲମାନ ଖୋଲାଯାଇଛି। ଭଳିକି ଭଳି କୃଷି ଯନ୍ତ୍ରପାତି ଏହି ମେଳାରେ ପ୍ରଦର୍ଶିତ ହୋଇଛି। ମେଳାର ପ୍ରଥମ ଦିନରୁ ହିଁ ବିଭିନ... Read More