ଭୁବନେଶ୍ଵର: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସ୍ ସସପେଣ୍ଡ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଏଆଇସିସି ପ୍ରେସ୍ ରିଲିଜରେ ସୂଚନା ଦେଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କ ବିରୋଧରେ ଏହି ଆକ୍ସନ ନିଆଯାଇଛି ।
ଏଆଇସିସି ଅନୁସାରେ ପିସିସି ଅଧ୍ୟକ୍ଷ ଶରତ ପଟ୍ଟନାୟକ, ବିଧାୟକ ମହମ୍ମଦ ମୋକିମ ଏବଂ ଚିରଞ୍ଜୀବ ବିଶ୍ୱାଳଙ୍କ ନାଁରେ ଦଳ ବିରୋଧୀ ଅଭିଯୋଗ କରିଥିଲେ । ଘଟଣା ଶୃଙ୍ଖଳା ଆକ୍ସନ କମିଟିକୁ ପଠାଯାଇଥିଲା । ଏହା ଉପରେ ଡିଏସି ନୋଟିସ୍ ଜାରି ଉଭୟଙ୍କଠାରୁ ଉତ୍ତର ଲୋଢିଥିଲା । ତେବେ ମିଳିଥିବା ଉତ୍ତର ସନ୍ତୋଷଜନକ ନଥିଲା ବୋଲି ଏଥିରେ କୁହାଯାଇଛି । ଡିଏସିର ନିଷ୍ପତ୍ତିକ୍ରମେ ପାର୍ଟି ଉଭୟଙ୍କ ତତ୍କାଳ ପ୍ରଭାବରୁ ସସପେଣ୍ଡ କରିଥିବା ଏଆଇସିସି କହିଛି ।