ନୂଆଦିଲ୍ଲୀ : ଚୀନ ସମେତ ବିଭିନ୍ନ ଦେଶରେ ଏବେ କୋରୋନାର ନୂଆ ଭାରିଏଣ୍ଟ ତାଣ୍ଡବ ରଚୁଛି। ଏହି କାରଣରୁ ଭାରତ ସରକାର ବିମାନ ବନ୍ଦରରେ ଟେଷ୍ଟିଂକୁ କଡ଼ାକଡ଼ି କରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହି ପାଞ୍ଚଟି ଦେଶରୁ ଯେଉଁ ନାଗରିକ ମାନେ ଆସିଲେ ମଧ୍ୟ ଆରଟିପିସିଆର ଟେଷ୍ଟ ବାଧ୍ୟତା ମୂଳକ କରାଯିବ । ଚୀନ, ଜାପାନ, ହଂକଂ, ଥାଇଲାଣ୍ଡ, ଦକ୍ଷିଣ କୋରିଆରୁ ଆସିଲେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯିବ । ଟେଷ୍ଟ ପଜିଟିଭ୍ ବାହାରିଲେ କ୍ୱାରେଣ୍ଟାଇନରେ ରହିବେ ସଂକ୍ରମିତ । ସେହିପରି ବିମାନ ଯାତ୍ରା ପୂର୍ବରୁ ଏୟାର ସୁବିଧା ଫର୍ମ ପୂରଣ କରିବେ ଯାତ୍ରୀ ।
ଏୟାର ସୁବିଧା ଫର୍ମ ପୂରଣ ସମୟରେ ନିଜ ସ୍ୱାସ୍ଥ୍ୟ ବିଷୟରେ ସଠିକ୍ ତଥ୍ୟ ଦେବେ ସମ୍ପୃକ୍ତ ଦେଶର ଯାତ୍ରୀ । ଯଦି ଟେଷ୍ଟ ରିପୋର୍ଟ ପଜିଟିଭ୍ କିମ୍ବା ଯାତ୍ରୀ ଜଣଙ୍କ ସଂକ୍ରମିତ ହୋଇଥାନ୍ତି ତେବେ ତାଙ୍କ ତୁରନ୍ତ କ୍ୱାରେଣ୍ଟାଇନ ରେ ରଖାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ସେହିପରି ଏବେ ବି ଦେଶରେ କୋରୋନା ମହାମାରୀର ପ୍ରକୋପ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସମୟରେ କୋରୋନ ଭୂତାଣୁର ନୂଆ ଭାରିଏଣ୍ଟ ବିଏଫ.୭ ସକ୍ରିୟ ହେବାରେ ଲାଗିଛି। ଭାରତରେ ବିଏଫ.୭ କୋରୋନାର ନୂଆ ଭାରିଏଣ୍ଟ ସମ୍ପର୍କିତ ଚାରୋଟି ମାମଲା ଭାରତରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଛି।