ବ୍ରହ୍ମଗିରି : ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନବସର ଯୋଗୁଁ ବ୍ରହ୍ମଗିରିରେ ଶ୍ରୀଅଲାରନାଥଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି। ଏହି ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନକଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନର ପୁଣ୍ୟ ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।
ଆଜି ଦ୍ଵିତୀୟ ଦିନରେ ଭୋର୍ ୪ଟାରୁ ମନ୍ଦିର ଫିଟା ହେବା ପରେ ମଙ୍ଗଳ ଆଳତି, ତଡପ ଲାଗି , ଅବକାଶ , ଗୋପାଳ ବଲ୍ଲଭ ନୀତିକାନ୍ତି କରାଯାଇଥିଲା। ପରେ ସକାଳ ୬ଟାରୁ ଦର୍ଶନ ଲାଗି ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା। ଦିନ ୧୨ଟାରେ ସକାଳ ଧୂପ, ୧ଟା ୩୦ରେ ଖିରି ଭୋଗ ହୋଇ ଦିନ ୨ ଟାରେ ଶ୍ରୀଜୀଉଙ୍କ ପହଡ଼ ପଡ଼ିବ । ସେହିପରି ସନ୍ଧ୍ୟା ୭ଟାରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଆଳତି ଓ ମଇଲମ ପରେ ଅନବସର ବେଶ କରାଯିବ। ଆଇନଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତେବେ ଚତୁର୍ଦ୍ଧାମୂରତି ଜ୍ବରରେ ପୀଡିତ ହେବା ପରେ ଅଣସର ପିଣ୍ଡିରେ ଗୁପ୍ତ ସେବା ଚାଲିଛି । ଶ୍ରୀମନ୍ଦିରରେ ପଟି ଦିଅଁ ପୂଜା ପାଉଛନ୍ତି ।