ଭୁବନେଶ୍ୱର: ରାଜ୍ୟରେ ସମସ୍ତ ଭତ୍ତା ୩ହଜାର ଟଙ୍କା ବୃଦ୍ଧି ନେଇ ନିଷ୍ପତି ହୋଇଛି । ଏନେଇ ପ୍ରସ୍ତୁତି ଚାଲିଥିବା ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ହଜାର ଟଙ୍କା ବୃଦ୍ଧି ହେବ ବୋଲି ପ୍ରସ୍ତୁତି ଚାଲିଛି । ମନ୍ତ୍ରୀ କହିଛନ୍ତି ଯେ ବଜେଟରେ କେତେ ଆସୁଛି ଦେଖିବୁ, ଅର୍ଥ ବିଭାଗର କ୍ଲିୟରାନ୍ସ ନେବୁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରିବୁ ।
ଏଥିସହ ପୂର୍ବ ସରକାର ବନ୍ଦ କରିଥିବା ସ୍କୁଲ ସଂପର୍କରେ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ବନ୍ଦ ହୋଇଥିବା ସ୍କୁଲ ସଂପର୍କରେ ତର୍ଜମା ହେବ। ଏନେଇ ରିପୋର୍ଟ ମଗାଇବାକୁ ସଚିବଙ୍କୁ କୁହାଯାଇଛି। ଯେଉଁଠି ପିଲା ଅଛନ୍ତି ବା ସ୍କୁଲ ଦୂର ହେଉଛି, ସେ ସଂପର୍କରେ ବିଚାର କରାଯିବ। ଯେଉଁଠି ଆବଶ୍ୟକ ପଡ଼ିବ, ସେଠି ବନ୍ଦ ଥିବା ସ୍କୁଲ ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି।