ଭୁବନେଶ୍ୱର : ଆଜି ପବିତ୍ର ଫାଲଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି । ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ । ଲିଙ୍ଗରାଜ ମନ୍ଦିରରେ ପ୍ରଭାତ ୩ଟାରେ ପହଡ଼ ଖୋଲିବା ସହ ୩ଟା ୩୦ରେ ହୋଇଛି ମଙ୍ଗଳ ଆଳତୀ ପରେ ଦର୍ଶନ ଆରମ୍ଭ ହୋଇଛି । ଦିନ ୧୧ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ କରିପାରିବେ ଭକ୍ତ। ରାତି ୧୦ଟାରେ ଉଠିବ ମହାଦୀପ। ଶୃଙ୍ଖଳିତ ଦର୍ଶନ ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଲୋକନାଥଙ୍କ ପୀଠରେ ଗତକାଲିଠାରୁ ପ୍ରଜ୍ବଳିତ ହୋଇଛି ସବୁଠାରୁ ବଡ଼ ଅଖଣ୍ଡ ଦୀପ । ସେହିପରି ବାବା ଧବଳେଶ୍ବର ପୀଠରେ ୪ ପ୍ରହର ପୂଜା ପରେ ରାତି ଗୋଟାଏରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି ।
ପୋଲିସ ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେପଟେ ବାବା ଆଖଣ୍ଡଳମଣିଙ୍କ ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ମନ୍ଦିର ଭିତରେ ଓ ବାହାରେ ଫୋର୍ସ ମୁତୟନ ହୋଇଛନ୍ତି । ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧୨ଟାରେ ମଣିବାବାଙ୍କ ସୁନାବେଶ ଆରମ୍ଭ ହେବା ସହ ରାତି ୨ଟାରେ ଉଠିବ ମହାଦୀପ।