ଭୁବନେଶ୍ଵର : ବାଲେଶ୍ଵର ଜିଲା ବାହାନଗା ନିକଟରେ ଗତ ଶୁକ୍ରବାର ବଡ଼ ଟ୍ରେନ୍ ଦୁର୍ଘଟଣା । ଏହା ପରେ ସେହି ରୁଟ୍ରେ ଥିବା ଅନେକ ଟ୍ରେନ୍ ବାତିଲ କରାଯାଇଛି । କିଛି ଟ୍ରେନର ରୁଟ୍କୁ ପରିବର୍ତ୍ତନ ମଧ୍ୟ କରାଯାଇଛି ।
ବାହାନଗାରେ ତିନୋଟି ଭିନ୍ନ ଟ୍ରାକରେ ବେଙ୍ଗାଲୁରୁ-ହାୱ୍ଵଡା ସୁପରଫାଷ୍ଟ ଏକ୍ସପ୍ରେସ, କରମଣ୍ଡଳ ଏକ୍ସପ୍ରେସ ଏବଂ ମାଲଗାଡି ଟ୍ରେନ ମୁହାଁମୁହିଁ ଧକ୍କା ହୋଇଥିଲା। ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୨୮୮ରୁ ଅଧିକ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ଅନେକ ଟ୍ରେନ୍ ବାତିଲ୍ ହୋଇ କିଛି ରୁଟ୍ ପରିବର୍ତ୍ତନ କରାଯାଇଥିଲା । ରେଳୱେ ଜଣେ ଅଧିକାରୀ କହିଛନ୍ତି ଯେ ହାୱଡା ଯାଉଥିବା ୧୨୮୬୪ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସର ଅନେକ କୋଚ୍ ବାହାନଗା ପଟରୀରେ ଖସିପଡିଥିଲା।
ବାତିଲ ହୋଇଥିବା ଟ୍ରେନ୍ର ଲିଷ୍ଟ :
୧୨୮୩୭ ପୁରୀ ହାୱଡା ଏକ୍ସପ୍ରେସ୍
୧୨୮୬୩ ହାୱରା-ସାର୍ ଏମ ବିଶ୍ୱଭରେୟା ଟର୍ମିନାଲ୍ ଏକ୍ସପ୍ରେସ
୧୨୮୩୯- ହାୱଡା ଚେନ୍ନାଇ ମେଲ
୧୨୮୯୫ ଶାଲିମାର -ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ
୨୦୮୩୧ ଶାଲିମାର-ସମ୍ବଲପୁର ଏକ୍ସପ୍ରେସ
୦୨୮୩୭ ସାନ୍ତ୍ରାଗାଛି – ପୁରୀ ବିଶେଷ ସ୍ପେଶାଲ
୨୨୨୦୧ ସିଆଲହହ – ପୁରୀ ଦୁରନ୍ତ ଏକ୍ସପ୍ରେସ
୦୮୪୧୧ ବାଲେଶ୍ଵର – ଭୁବନେଶ୍ୱର ସ୍ପେଶାଲ୍
୦୮୪୧୫ ଜଲେଶ୍ୱର – ପୁରୀ ସ୍ପେଶାଲ
୧୨୮୯୧ ବାଙ୍ଗରୀପଶି-ପୁରୀ ଏକ୍ସପ୍ରେସ୍
୧୮୦୨୧ ଖଡଗପୁର-ଖୋର୍ଦ୍ଧା ରୋଡ୍ ଏକ୍ସପ୍ରେସ
୦୮୦୬୩ ଖଡଗପୁର – ଭଦ୍ରକ ସ୍ପେଶାଲ
୨୨୮୯୫ ହାୱଡା-ପୁରୀ ଏକ୍ସପ୍ରେସ
୧୨୭୦୩ ହାୱଡା-ସିକନ୍ଦରାବାଦ ଏକ୍ସପ୍ରେସ
୧୨୮୨୧ ଶାଲିମାର – ପୁରୀ ଏକ୍ସପ୍ରେସ
୧୮୦୪୫ ଶାଲିମାର – ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ
୨୦୮୮୯ ହାୱଡା-ତିରୁପତି ଏକ୍ସପ୍ରେସ
୧୮୦୪୪ ଭଦ୍ରକ-ହାୱଡା ଏକ୍ସପ୍ରେସ
୧୨୦୭୩ ହାୱଡା-ଭୁବନେଶ୍ୱର ଏକ୍ସପ୍ରେସ
୧୨୦୭୪ ଭୁବନେଶ୍ୱର – ହାୱଡା ଏକ୍ସପ୍ରେସ
୧୨୨୭୭ ହାୱଡା-ପୁରୀ ଶତାବ୍ଦି ଏକ୍ସପ୍ରେସ
୧୨୦୭୮ ପୁରୀ-ହାୱଡା ଶତାବ୍ଦି ଏକ୍ସପ୍ରେସ
୦୮୦୬୪ ଭଦ୍ରକ – ଖଡଗପୁର ସ୍ପେଶାଲ
୨୨୮୯୬ ପୁରୀ – ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ
୦୮୪୧୬ ପୁରୀ-ଜଲେଶ୍ୱର ସ୍ପେଶାଲ୍
୦୮୪୩୯ପୁରୀ-ପାଟନା ସ୍ପେଶାଲ
ଏହି ଟ୍ରେନ ଗୁଡିକର ହୋଇଛି ରୁଟ୍ ପରିବର୍ତ୍ତନ :
୧୨୮୦୧ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ପୁରୀରୁ ଜଖପୁରା ଏବଂ ଜରୋଲି ରୁଟ୍ରେ ଚାଲିବ।
୨୨୮୫୦ ସିକନ୍ଦରାବାଦ – ଶାଲିମାର ଏକ୍ସପ୍ରେସ ଜଖପୁରା ଏବଂ ଜରୋଲି ଦେଇ ସିକନ୍ଦରାବାଦ ଛାଡିବ।
୨୨୮୦୪ ସମ୍ବଲପୁର-ଶାଲିମାର ଏକ୍ସପ୍ରେସ ସମ୍ବଲପୁରରୁ ସମ୍ବଲପୁର ସିଟି-ଝାରସୁଗୁଡା ମାର୍ଗ ଦେଇ ଚାଲିବ ।
୧୨୫୦୯ ବେଙ୍ଗାଲୁରୁ-ଗୌହାଟି ଏକ୍ସପ୍ରେସ ଭିଜୟନଗରମ-ଟିଟିଲାଗଡ-ଝାରସୁଗୁଡା-ଟାଟା ରୁଟ୍ ଦେଇ ଚାଲିବ
୧୫୯୨୯ ତାମ୍ବରମ୍-ନ୍ୟୁ ତିନସୁକିଆ ଏକ୍ସପ୍ରେସ ତାମ୍ବରମ୍ ରୁ ରାନୀତାଲ-ଜାରୋଲି ମାର୍ଗ ଦେଇ ଚାଲିବ।
୨୨୮୦୭ ସନ୍ତ୍ରାଗାଛି-ଚେନ୍ନାଇ ଏକ୍ସପ୍ରେସ ଯାତ୍ରା ଟାଟାନଗର ଦେଇ ଯିବ।
୨୨୮୭୩ ଦିଘା-ବିଶାଖାପାଟନମ୍ ଏକ୍ସପ୍ରେସ ଟାଟାନଗର ଦେଇ ଚାଲିବ ।
୧୮୪୦୯ ଶାଲିମାର – ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଟାଟାନଗର ଦେଇ ଚାଲିବ।
୨୨୮୧୭ ହାୱଡା-ମୈସୁର ଏକ୍ସପ୍ରେସ ଟାଟାନଗର ଦେଇ ଚାଲିବ।