କେନ୍ଦୁଝର, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଫୁଲଝରସ୍ଥିତ ଆର୍ଡେଣ୍ଟ ଷ୍ଟିଲ ପ୍ରାଇଭେଟ ଲିଃ ପରିସରରେ ଭୁବନେଶ୍ୱର ଆମ୍ରି ହସପିଟାଲ ସହଯୋଗରେ ବାର୍ଷିକ ମେଗା ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଯାଇଛି । ଆର୍ଡେଣ୍ଟ ଷ୍ଟିଲର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଡକ୍ଟର ଶୁଭାଶିଷ ଦାସ ଏହାକୁ ଉଦ୍ଘାଟନ କରିଥିଲେ । ସ୍ୱାସ୍ଥ୍ୟ ଶିବିରରେ କାରଖାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏଥିରେ ଭୁବନେଶ୍ୱର ଆମ୍ରି ହସ୍ପିଟାଲର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ମହେଶ ପ୍ରସାଦ ଅଗ୍ରୱାଲ ଏବଂ ଭେଷଜ ବିଭାଗର ବରିଷ୍ଠ ଡାକ୍ତର ବିଭୁଦତ୍ତ ବେହେରା ଦ୍ୱାରା ସମୁଦାୟ ୫୩୫ ଜଣ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ବିଶେଷ କରି ରକ୍ତଚାପ,ଇସିଜି, ମଧୁମେହ,ହିମଗ୍ଲୋବିନ, କ୍ରିଏଟିନିନ, ଶ୍ୱାସ, ରେସପିରୋଟାରୀ,ଅକ୍ସିଜେନ ସ୍ତର ପରୀକ୍ଷା କରାଯିବା ସହ କାର୍ଡିଓଲୋଜି ପରାମର୍ଶ ଦିଆଯାଇଥିଲା । ବିଭିନ୍ନ ରୋଗରୁ ବର୍ତ୍ତିବା ପାଇଁ ଅଧୁନା କ’ଣ କ’ଣ ପଦକ୍ଷେପ ନେବା ଜରୁରୀ ସେ ସଂପର୍କରେ ଅବଗତ କରାଇଥିଲେ । ମୁଖ୍ୟତଃ ବର୍ଷକୁ ୨ଥର ପ୍ରତ୍ୟେକ ବ୍ୟକ୍ତି ୨ଥର ବ୍ଲଡପ୍ରେସର ଏବଂ ବ୍ଲଡସୁଗାର କରାଇବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ଦିନରେ ସର୍ବନିମ୍ନ ୩ଲିଟର ପାଣି ପିଇବା ସହ ବିନା ଡାକ୍ତର ପରାମର୍ଶରେ ପେନକୁଲର ବଟିକା ନଖାଇବାକୁ ପରାମର୍ଶ ଦେଇଥିଲେ । ଖାଦ୍ୟରେ କମ୍ ଲୁଣ ଖାଇବା ସହ ଖାଦ୍ୟରେ ଚର୍ବି ଓ ତେଲ କମ ଖାଇବାକୁ କହିଥିଲେ । ନିୟମିତ ବ୍ୟାୟାମ କଲେ ଶରୀର ସୁସ୍ଥ ରହିବ ବୋଲି ପରାମର୍ଶ ଦେଇଥିଲେ । ଏଜିଏମ(ଏଚ୍ଆର) ରଞ୍ଜନ କୁମାର ନାୟକ ଏହି ଶିବିର କୁ ପରିଚାଳନା କରିଥିଲେ । ମେଗା ସ୍ୱାସ୍ଥ୍ୟ ଶିବିର କୁ ପ୍ଲାଣ୍ଟ ହେଡ ଇଂ ସନ୍ତୋଷ କୁମାର ଲେଙ୍କା,ଫାକ୍ଟ୍ରି ମ୍ୟାନେଜର ଦିଲ୍ଲୀପ ପାଣି, ଆମ୍ରି ହସପିଟାଲ ର କର୍ପୋରେଟ ମ୍ୟାନେଜର ସୁକାନ୍ତ କୁମାର ସାହୁ ଏବଂ ପାରା ମେଡକାଲ ଷ୍ଟାଫ୍ ପରିଚାଳନାରେ ସହଯୋଗ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିର ନଭେମ୍ବର ୨୪ ରୁ ୨୫ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ସକାଳ ୯ଘଟିକାଠାରୁ ସନ୍ଧ୍ୟା ୫ଘଟିକା ପର୍ଯ୍ୟନ୍ତ ଚିକିତ୍ସା ଚାଲୁ ରହିବ ।
November 24, 2023
0 Comment
152 Views
ଆର୍ଡେଣ୍ଟ ଷ୍ଟିଲ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର
କେନ୍ଦୁଝର, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଫୁଲଝରସ୍ଥିତ ଆର୍ଡେଣ୍ଟ ଷ୍ଟିଲ ପ୍ରାଇଭେଟ ଲିଃ ପରିସରରେ ଭୁବନେଶ୍ୱର ଆମ୍ରି ହସପିଟାଲ ସହଯୋଗରେ ବାର୍ଷିକ ମେଗା ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଯାଇଛି । ଆର୍ଡେଣ୍ଟ ଷ୍ଟିଲର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଡକ୍ଟର ଶୁଭାଶିଷ ଦାସ ଏହାକୁ ଉଦ୍ଘାଟନ କରିଥିଲେ । ସ୍ୱାସ୍ଥ୍ୟ ଶିବିରରେ କାରଖାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏଥିରେ ଭୁବନେଶ୍ୱର ଆମ୍ରି ହସ୍ପିଟାଲର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ମହେଶ ପ୍ରସାଦ ଅଗ୍ରୱାଲ... Read More