0 Comment
କେନ୍ଦୁଝର, ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ କେନ୍ଦୁଝର ଶାଖା ତରଫରୁ ଘଟଗାଁ ମା ତାରିଣୀଙ୍କ ପୀଠରେ ସରକାରଙ୍କ ନିକଟରେ ଦାବି ହାସଲ ଉଦ୍ଦେଶ୍ୟରେ ଏକ ଶହ ଆଠ ଦୀପ ପ୍ରଜ୍ବଲନ ସହ ସମୂହ ପାର୍ଥନା କରାଯାଇଛି । ସମସ୍ତ ଅମଲା ମାନଙ୍କର ଏକ ମାତ୍ର ଦାବି ଗ୍ରେଡପେ ୪୨୦୦ (ଲେଭେଲ-୯) । ସରକାର ଖୁବ୍ ଶୀଘ୍ର ଏହି ଦାବିକୁ ପୂରଣ କରନ୍ତୁ ବୋଲି ସ୍ୱରକୁ ଶାଣିତ କରିଛି ମିଳିତ ଅମଲା ମଞ୍ଚ ।