କେନ୍ଦୁଝର, କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ ଅନ୍ତର୍ଗତ ଦେଓବନ୍ଧ ବିଟ୍ ଅଧିନସ୍ଥ କୋଳିମାଟି ଗ୍ରାମ ନିକଟରେ ଶୁକ୍ରବାର ଏକ ପଥର ଖାଲରୁ ଉଦ୍ଧାର କରାଯାଇଥିଲା ପ୍ରାୟ ୨ ମାସର ହାତୀ ଛୁଆକୁ । ଚର୍ଚ୍ଚା ହୁଏ ହାତୀ ଯଦି ମଣିଷ ସଂସ୍ପର୍ଶରେ ଆସେ ତାହାହେଲେ ସେହି ହାତୀକୁ ହାତୀ ମାନେ ଗ୍ରହଣ କରିନଥାନ୍ତି । ଆଜି ଏହି କଥାଟିର ସତ୍ୟତା ଦେଖିବାକୁ ମିଳିଛି ଏହି ସ୍ଥାନରେ । ହାତୀ ସାବକ ଟିକୁ ବନ ବିଭାଗ ତଥା ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରିବା ପରେ ଶାବକ ଟିକୁ ଗ୍ରହଣ କରିନାହାଁନ୍ତି ହାତୀ ପଲ ବା ମା’ ହାତୀ । ବନବିଭାଗ ର ବହୁ ଚେଷ୍ଟା ପରେ ମଧ୍ୟ ଶାବକ ଟିକୁ ନେଉନି ମା’ ହାତୀ । ହାତୀ ଶାବକ ଟିର ବୟସ ପାଖାପାଖି ୨ରୁ ୩ମାସ ହୋଇଥିବା ରୁ ଠିକ ଭାବେ ଖାଦ୍ୟ ଗ୍ରହଣ କରିବା ମଧ୍ୟ ସେ ଶିଖିନାହିଁ । ଚିକିତ୍ସକଙ୍କ କହିବା ଅନୁସାରେ ସାବକଟିକୁ ବର୍ତ୍ତମାନ ଲାକ୍ଟୋଜିନ ଦିଆଯାଉଛି । ତାର ସୁରକ୍ଷା ଓ ଉପଯୁକ୍ତ ତତ୍ୱାବଧାନ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କୁ ପଠାଇଲା ବନବିଭାଗ ।
June 25, 2023
0 Comment
392 Views
ଛୁଆ ହାତୀକୁ ଗ୍ରହଣ କଲାନି ମା’, ନନ୍ଦନକାନନ ସ୍ଥାନାନ୍ତର କଲା ବନ ବିଭାଗ
କେନ୍ଦୁଝର, କେନ୍ଦୁଝର ବନଖଣ୍ଡ ଘଟଗାଁ ରେଞ୍ଜ ଅନ୍ତର୍ଗତ ଦେଓବନ୍ଧ ବିଟ୍ ଅଧିନସ୍ଥ କୋଳିମାଟି ଗ୍ରାମ ନିକଟରେ ଶୁକ୍ରବାର ଏକ ପଥର ଖାଲରୁ ଉଦ୍ଧାର କରାଯାଇଥିଲା ପ୍ରାୟ ୨ ମାସର ହାତୀ ଛୁଆକୁ । ଚର୍ଚ୍ଚା ହୁଏ ହାତୀ ଯଦି ମଣିଷ ସଂସ୍ପର୍ଶରେ ଆସେ ତାହାହେଲେ ସେହି ହାତୀକୁ ହାତୀ ମାନେ ଗ୍ରହଣ କରିନଥାନ୍ତି । ଆଜି ଏହି କଥାଟିର ସତ୍ୟତା ଦେଖିବାକୁ ମିଳିଛି ଏହି ସ୍ଥାନରେ । ହାତୀ ସାବକ ଟିକୁ ବନ ବିଭାଗ ତଥା ସ୍ଥାନୀୟ... Read More