ବାହାନଗା : ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ବୋଲି ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍) ଅନୀଲ କୁମାର ମିଶ୍ରା ସୂଚନା ଦେଇଛନ୍ତି। ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ଗିରଫ ହୋଇଥିବା ୩ ଜଣ ଷ୍ଟାଫ୍ ଅଛନ୍ତି।
ଶ୍ରୀ ମିଶ୍ରା କହିଛନ୍ତି ଯେ, ଏହି କର୍ମଚାରୀମାନେ ସତର୍କ ହୋଇଯାଇଥିଲେ ଏତେବଡ଼ ଦୁର୍ଘଟଣାକୁ ଏଡ଼ାଇ ହୋଇପାରିଥାନ୍ତା। କାର୍ଯ୍ୟରେ ଅବହେଳା କରିଥିବା ନେଇ ସେମାନଙ୍କୁ ନିଲମ୍ବନ କରାଯାଇଛି। ସିବିଆଇ ଘଟଣାର ତଦନ୍ତ ଜାରି ରଖିଛି।