ବାଲେଶ୍ୱର : ସାଙ୍ଗ ମାନେ କେବେବି ଗେମ ଖେଳିବନ, ଜମା ବି ସେ ଭୁଲ କରିବନି । ମୁଁ ଜାଣି ନଥିଲି ଗେମ ଖେଳି ଛକ୍ରବ୍ୟୁ ରେ ପଡିଛି ବୋଲି । ଗେମ ହେଉଛି ମାୟାବିନୀ , ଟିକେଟିକେ ଖୁସି ଦେଇ ଜୀବଟାକୁ ଅନ୍ଧାର ଭିତରକୁ ଟାଣିନେବ । ପ୍ଲିଜ ମୋ କଥା ରଖିବ । କେବେବି ଅନ ଲାଇନ ଗେମ ଖେଳିବନି । ଆଜି ମୁଁ ମଞ୍ଚିବି କି ନାହିଁ ମୁଁ ଜାଣେନି । ଏମିତି ମେସେଜ ଲେଖି ରାତିରେ ଜୀବନ ହରାଇ ଦେଇଛନ୍ତି ଯୁବକ । ଘଟଣା ହେଉଛି ବାଲେଶ୍ଵର ରେମୁଣା ଥାନା ସହାଜିପାଟଣା ଗାଁର। ଶରତ ନାଏକଙ୍କ ପୁଅ ଗୌତମ ନାଏକ(26) ।
ଗୌତମ ଏକ ପାନ ମସଲା ଘରେଇ କମ୍ପାନୀର ବାଲେଶ୍ଵରରେ କାମ କରୁଥିଲେ । ତା ମଧ୍ୟରେ ମୋବାଇଲେ ଅନ ଲାଇନରେ ତାସ ଖେଳୁଥିଲେ । ସେଥିରୁ କିଛିକିଛି ଟଙ୍କା ଜିତୁଥିଲେ । ହେଲେ ଯେତିକି ଟଙ୍କା ଜିତୁଥିଲେ ଅଧିକ ଟଙ୍କା ହରାଉଥିଲେ । ଏମିତିକି ଧାର ଉଦ୍ଧାର କରି ଲକ୍ଷାଧିକ ଟଙ୍କା ସେ ପୂର୍ବରୁ ହରାଇ ଦେଇଥିଲେ । ଆଉ ସେ ଟଙ୍କାକୁ ପରିବାର ଲୋକ ସୁଝିଥିଲେ । ତଥାପି ଅନ ଲାଇନ ଗେମ ନିଶା ଛାଡି ନଥିଲା । ଖେଳ ଜାରି ରହିଥିଲା । ଏହି କିଛି ଦିନ ପୂର୍ବରୁ ସେହିଭଳି ଲକ୍ଷାଧିକ ଟଙ୍କା ହରାଇଥିଲା ଗୌତମ । ସୂଚନା ନୁଯାଇ ଗତ କାଲି ମାତ୍ରାଧିକ ଟଙ୍କା ହରାଇବାରୁ ଧର୍ଯ୍ୟହରା ହୋଇ ପଡ଼ିଥିଲେ । ଆଉ ପ୍ରିୟପରିଜନ ମାନଙ୍କ ସହ ସବୁ କଥା ସେୟାର କରିବା ସହ ମୋବାଇଲେ ମେସେଜ କରିଥିଲେ । ଆଉ ତା ପରେ ଜୀବନ ହାରିଦେଇରହିବା ଜଣା ପଡ଼ିଛି । ଗୌତମ ଗତ କାଲି ବିଳମ୍ବିତ ରାତିରେ ସହାଜି ପାଟଣା ଗାଁ ସ୍ଥିତ ବାସ ଭବନରେ ବାଲକୁଇନ ରେ ଏକ ଗାମୁଛାରେ ଆତ୍ମହତ୍ୟା କକରିଥିବା ତାଙ୍କ ମା ପ୍ରଥମେ ଦେଖିଥିବା କୁହା ଯାଉଛି । ଅଧିକ ଟଙ୍କା ହରାଇ ଏମିତି ନିଷ୍ପତ୍ତି ଗୌତମ ନେଇଥିବା କୁହାଯାଉଛି ଏନେଇ ପୋଲିସ ଘଟଣାର ତଦନ୍ତ କରୁଛି । ମୋବାଇଲ ପାସୱାର୍ଡ ଖୋଲିଲା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣା ପଡିଛି । ତେବେ ଆଜି ଯୁବ ସମାଜ ଅନ ଲାଇନ ଗେମ ପ୍ରତି ଅଧିକ ଇଚ୍ଛା ପ୍ରକାଶ କରୁଥିବା ଜଣା ପଡ଼ିଛି । ମାତ୍ର ସେହି ଖେଳ ଗୁଡିକ ଉପରେ ଆଇନର କୌଣସି ଅଙ୍କୁଶ ନଥିବାରୁ ସେସବୁ ପ୍ରତି ଦୂରେଇ ରହିବା ଆଵଶ୍ୟକତା ହୋଇ ପଡିଛି ।